ବାଲେଶ୍ବର: ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଜଣେ ୬ମାସର ଗର୍ଭବତୀଙ୍କୁ ଭୁଲ ମେଡ଼ିସିନ ଦେଇଥିବା ନେଇ ଅଭିଯୋଗ । ତେବେ ଏହି ଗର୍ଭବତୀ ମହିଳାଙ୍କ ପେଟରେ ଥିବା ଛୁଆ ଭୁଲ ମେଡିସେନ୍ ଯୋଗୁଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ପକ୍ଷରୁ ସିଡିଏମଓଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବା ନ୍ୟାୟ ଦାବି କରିଛନ୍ତି ।
ସୂଚନା ଅନୁସାରେ, ଜଳେଶ୍ବର ବ୍ଲକ ଝାଡ଼ପିମ୍ପଳ ଘଣ୍ଟିଆଡ଼ି ଗ୍ରାମର ଜଣେ ୬ମାସର ଗର୍ଭବତୀ ଗୀତା ଜେନାଙ୍କ ପେଟ ଯନ୍ତ୍ରଣା ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଅନ୍ୟଜଣେ ରୋଗୀଙ୍କ ପ୍ରେସକ୍ରିସ୍ପନ ଦେଇ ମେଡ଼ିସିନ ଆଣି ଖାଇବା ପାଇଁ ପରାମର୍ଶ ଦେଇଥିଲେ । ଗୀତା ମେଡିସିନ ଖାଇବା ପରେ ଦୁଇ ଘଣ୍ଟା ମଧ୍ୟରେ ତାଙ୍କର ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରସବ ହୋଇଥିଲା ।
ତେବେ ଏମିତି ପ୍ରସବ ସମ୍ପର୍କରେ ପରିବାର ଲୋକେ ଡାକ୍ତରଙ୍କୁ ପଚାରିବାରୁ ସେ ଦେଇଥିବା ପ୍ରେସକ୍ରିସ୍ପନ ତାଙ୍କ ଠାରୁ ଛଡାଇ ନେଇଥିଲେ । ଏହାରି ଭିତରେ ନବଜାତକର ମୃତ୍ୟୁ ହୋଇଥିଲା । ଏନେଇ ମେଡିକାଲ ଫାଣ୍ଡିରେ ଅଭିଯୋଗ କରିବା ସହ ପରିବାର ଲୋକେ ଧାରଣା ଦେଇଥିଲେ ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ