ବାଲେଶ୍ଵର: ଜାଲରେ ପଡିଲା କୁମ୍ଭୀର । ନଦୀକୁ ମାଛ ଧରିବାକୁ ଯାଇଥିବାବେଳେ ଜାଲରେ କୁମ୍ଭୀର ଲାଗିଛି । ବାଲେଶ୍ଵର ଜିଲ୍ଲା ସଦର ବ୍ଲକ ଛାନୂଆ ଅଞ୍ଚଳରେ ଏକ କୁମ୍ଭୀରକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ।

ଗ୍ରାମର କିଛି ଧୀବର ନଦୀକୁ ମାଛ ଧରିବା ପାଇଁ ଯାଇଥିବା ବେଳେ ଜାଲରେ ଦୁଇଟି କୁମ୍ଭୀର ଲାଗିଥିଲା। ସେଥିରୁ ଗୋଟିଏ କୁମ୍ଭୀର ଖସିଯାଇ ଥିବାବେଳେ ଅନ୍ୟଟି ଜାଲରେ ଲାଗି ଯାଇଥିଲା। ଗ୍ରାମବାସୀ କୁମ୍ଭୀରକୁ ଉଦ୍ଧାର କରି ଗ୍ରାମକୁ ଆଣିଥିଲେ। ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ