ETV Bharat / state

ଫିଟନେସ ମନ୍ତ୍ର ଦେଲେ କୋରୋନା ଆକ୍ରାନ୍ତ

କୋରୋନା ମହାମାରୀରୁ ବର୍ତ୍ତିବା ପାଇଁ ଜଣେ ବ୍ୟକ୍ତି ନିଜେ କେମିତି ଫିଟ ରହିଛନ୍ତି ଓ ଅନ୍ୟମାନେ କେମିତି କୋରୋନା ବେଳେ ୱାର୍କଆଉଟ କରିବେ ସେନେଇ କୋଭିଡ କେୟାର ସେଣ୍ଟରରୁ ଏକ ଭିଡିଓ ଜରିଆରେ ବାର୍ତ୍ତା ଦେଇଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Jul 20, 2020, 6:57 PM IST

ଫିଟନେସ ମନ୍ତ୍ର ଦେଲେ କୋରୋନା ଆକ୍ରାନ୍ତ
ଫିଟନେସ ମନ୍ତ୍ର ଦେଲେ କୋରୋନା ଆକ୍ରାନ୍ତ

ବାଲେଶ୍ବର: କୋରୋନା ମହାମାରୀରୁ ବର୍ତ୍ତିବା ପାଇଁ ଶାରୀରିକ ସ୍ତରରେ ସୁସ୍ଥ ଓ ଫିଟ ରହିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ଏଥିପାଇଁ ନିୟମିତ ବ୍ୟାୟାମ ଓ ଯୋଗ ଆଦି କରିବା ପାଇଁ ଲୋକଙ୍କୁ କୁହାଯାଉଛି । ଏମିତି ଜଣେ ବ୍ୟକ୍ତି ନିଜେ କେମିତି ଫିଟ ରହିଛନ୍ତି ଓ ଅନ୍ୟମାନେ କେମିତି କୋରୋନା ବେଳେ ୱାର୍କଆଉଟ କରିବେ ସେନେଇ କୋଭିଡ କେୟାର ସେଣ୍ଟରରୁ ଏକ ଭିଡିଓ ଜରିଆରେ ବାର୍ତ୍ତା ଦେଇଛନ୍ତି ।

ଫିଟନେସ ମନ୍ତ୍ର ଦେଲେ କୋରୋନା ଆକ୍ରାନ୍ତ

ବାଲେଶ୍ଵର ସହରର ମାଣୀଖମ୍ବ ଅଞ୍ଚଳର 60 ବର୍ଷୀୟ ମନୋଜ କୁମାର ଦାସ କୋରୋନାରେ ଆକ୍ରାନ୍ତ ହୋଇ ରେମୁଣା ସୁତେଇରେ ଥିବା କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କର ୱାର୍କ ଆଉଟ ଭିଡିଓ ଏବେ ସାମ୍ନାକୁ ଆସିଛି । ମନୋଜ 60 ବର୍ଷ ବୟସରେ ବି ନିଜର ଫିଟନେସ ଆଗରେ କୋରୋନାକୁ ମାତ୍ ଦେଇଛନ୍ତି । ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅନୁଭବ କରୁଥିବା ବେଳେ କୋରୋନା ସହ ଲଢେ଼ଇ କରିବାକୁ ହେଲେ ପ୍ରତିଦିନ ୱାର୍କ ଆଉଟ ଜରୁରୀ ବୋଲି ସେ କହିଛନ୍ତି । ଏହାସହ କରୋନାକୁ ଭୟ ନକରି ସତର୍କ ରହିବା ପାଇଁ ସେ ଭିଡିଓ ମାଧ୍ୟମରେ ସନ୍ଦେଶ ଦେଇଛନ୍ତି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.