ETV Bharat / state

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ବାଲେଶ୍ବରର 7 ଯୁବତୀ, ଭିଡିଓରେ ଉଦ୍ଧାର ପାଇଁ ଗୁହାରି - ଦାଦନ ଶ୍ରମିକ ସମସ୍ୟା

ବାଲେଶ୍ବର ଜିଲ୍ଲାର ବିଭିନ୍ନ ଅଞ୍ଚଳର ପ୍ରାୟ 7ରୁ ଉର୍ଦ୍ଧ୍ବ ଯୁବତୀ ଆନ୍ଧ୍ରପ୍ରଦେଶରେ ଫସି ରହିଛନ୍ତି । ଭିଡିଓ ମାଧ୍ୟମରେ ଉଦ୍ଧାର ପାଇଁ ଗୁହାରି । ପଢନ୍ତୁ ଅଧିକ.....

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ବାଲେଶ୍ବରର 7 ଯୁବତୀ , ଭିଡିଓରେ ଉଦ୍ଧାର ପାଇଁ ଗୁହାରିଆନ୍ଧ୍ରପ୍ରଦେଶରେ ଫସିଛନ୍ତି ବାଲେଶ୍ବରର 7 ଯୁବତୀ , ଭିଡିଓରେ ଉଦ୍ଧାର ପାଇଁ ଗୁହାରି
ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ବାଲେଶ୍ବରର 7 ଯୁବତୀ , ଭିଡିଓରେ ଉଦ୍ଧାର ପାଇଁ ଗୁହାରି
author img

By

Published : Dec 17, 2020, 8:03 PM IST

ବାଲେଶ୍ବର: ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ 7 ଜଣ ଯୁବତୀ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ନିର୍ଯାତନାର ଶିକାର ହେଉଥିବା ଅଭିଯୋଗ ହୋଇଛି । ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ଏକ ଭିଡିଓ ଜାରି କରି ଯୁବତୀମାନେ ଅଭିଯୋଗ କରିବା ସହ ଉଦ୍ଧାର କରିବା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି । ଏସମ୍ପର୍କରେ ଖବର ପ୍ରଘଟ ହେବା ପରେ ଥାନାରେ ଅଭିଯୋଗ ମଧ୍ୟ ହୋଇଛି ।

ଆନ୍ଧ୍ରପ୍ରଦେଶରେ ଫସିଛନ୍ତି ବାଲେଶ୍ବରର 7 ଯୁବତୀ , ଭିଡିଓରେ ଉଦ୍ଧାର ପାଇଁ ଗୁହାରି

ସୂଚନା ଅନୁସାରେ ଅମର୍ଦ୍ଦା ରୋଡ଼ ଫାଣ୍ଡି ଅଧିନ ସଦାନନ୍ଦପୁର ଗାଁର ଜଣେ ଯୁବତୀ ରୋଜଗାର ଆଶାରେ ଚଣ୍ଡିଖୋଲ ଅଞ୍ଚଳର ଜଣେ ଲୋକଙ୍କ ସହ ଆନ୍ଧ୍ରପ୍ରଦେଶ ଯାଇଥିଲେ । ସେଠାରେ ଏକ ସୂତାକଳରେ ତାଙ୍କୁ କାମରେ ଲଗାଇବା ପାଇଁ ଯୁବକ ଜଣଙ୍କ କହିଥିବା ବେଳେ ତାଙ୍କୁ ସେଠାରେ ଦରମା ନଦେବା ସହିତ ଶାରୀରିକ ନିର୍ଯାତନା ଦେଇଥିଲେ । ପୂର୍ବରୁ ମଧ୍ୟ ସେଠାରେ କିଛି ଯୁବତୀ ଫସି ରହିଥିବା ଜଣାପଡିଥିଲା ।

ସେଠାରୁ ଏକ ଭିଡିଓ ଜାରି କରି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଯୁବତୀମାନେ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ତେବେ ଆନ୍ଧ୍ରପ୍ରଦେଶରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ସ୍ଥାନରୁ 7ରୁ ଅଧିକ ଯୁବତୀ ନଜରବନ୍ଦୀରେ ଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ , ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.