ETV Bharat / state

ବାଲେଶ୍ବରରେ ଗୋଟିଏ ଦିନରେ 6 ପଜିଟିଭ, 2ଟି ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା - ଓଡିଶା ଖବର

ଗତ 25 ତାରିଖରେ ଯୁବକଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା । ସୋମବାର ସେ କୋରୋନା ପଜିଟିଭ ବୋଲି ଜଣାପଡିଥିଲା । ଅଧିକ ପଢନ୍ତୁ...

ବାଲେଶ୍ବରରେ ଗୋଟିଏ ଦିନରେ 6 ପଜିଟିଭ, 2ଟି ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା

author img

By

Published : Apr 27, 2020, 11:54 PM IST

ବାଲେଶ୍ବର: ଜିଲ୍ଲାକୁ ପୁଣି ଘାରିଛି କୋରୋନା ଭୟ । ସୋମବାର ସକାଳେ 5 କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ପୁଣି ଅପରାହ୍ନରେ ଗୋଟିଏ ପଜିଟିଭ ସ୍ପଷ୍ଟ ହୋଇଥିଲା । ଗୋଟିଏ ଦିନରେ ସମୁଦାୟ 6 ଆକ୍ରାନ୍ତ ଚିହ୍ନଟ ହେବା ପ୍ରଶାସନର ଚିନ୍ତା ବଢାଇ ଦେଇଛି ।

6 positive reported in one day at Balasore
ବାଲେଶ୍ବରରେ ଗୋଟିଏ ଦିନରେ 6 ପଜିଟିଭ, 2ଟି ଗାଁ କଣ୍ଟେନମେଣ୍ଟ ଜୋନ ଘୋଷଣା

ଅପରାହ୍ନରେ ଜଣେ 32 ବର୍ଷୀୟ ଯୁବକ ଯିଏ କି କୋଲକାତାରୁ ଫେରିଥିଲେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ସେ ବାହାନଗା ବ୍ଲକ ବିଷ୍ଣୁପୁର ଅଞ୍ଚଳର ହୋଇଥିବା ବେଳେ ଗତ ୨୦ ତାରିଖରେ ସାଇକେଲ ଯୋଗେ କୋଲକାତାରୁ ଆସି ବିଷ୍ଣୁପୁରରେ ପହଞ୍ଚିଥିଲେ । ସେବେଠାରୁ ତାଙ୍କୁ ଗ୍ରାମବାସୀ ସରକାରୀ କ୍ବାରେଣ୍ଟାଇନ ସେଣ୍ଟରରେ ରହିବା ପାଇଁ କହିଥିଲେ ।

ଗତ 25 ତାରିଖରେ ଯୁବକଙ୍କ ସ୍ବାବ ନମୁନା ସଂଗ୍ରହ କରାଯାଇଥିଲା । ସୋମବାର ସେ କୋରୋନା ପଜିଟିଭ ବୋଲି ଜଣାପଡିଥିଲା । ଜିଲ୍ଲା ପ୍ରଶାସନ ବିଷ୍ଣୁପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଆକ୍ରାନ୍ତ ଯୁବକଙ୍କୁ ଅଶ୍ବିନୀ ମେଡିକାଲ ପଠାଇଛି । ସେହିପରି ତାଙ୍କ ସହ କ୍ବାରେଣ୍ଟାଇନରେ ଥିବା ଅନ୍ୟ 5 ଜଣଙ୍କୁ ବାଲେଶ୍ଵର କୋଭିଡ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି ।

ଏହାସହ ଏହି ଅଞ୍ଚଳରେ ୨ଟି ଗାଁ ବିଷ୍ଣୁପୁର ଏବଂ ଦେବେନ୍ଦ୍ରପୁର ଗାଁକୁ ସଂଯୋଗ କରୁଥିବା ୧୨ଟି ମୁଖ୍ୟ ରାସ୍ତାକୁ ସିଲ କରାଯାଇଛି । ଏହି ୨ ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.