ETV Bharat / state

ବାଲେଶ୍ବରରେ କିଏ ହାରିବ, କିଏ ମାରିବ ବାଜି ?

ସରିଲା ବାଲେଶ୍ବର ଜିଲ୍ଲାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ। ୨ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବହୁ ଦଳୀୟ ନେତାଙ୍କ ସହ ସ୍ୱାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଥିଲା।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : Apr 10, 2019, 9:45 AM IST

ବାଲେଶ୍ୱର: ସରିଲା ବାଲେଶ୍ବର ଜିଲ୍ଲାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ। ୨ ତାରିଖରୁ ଆରମ୍ଭ ହୋଇଥିବା ନାମାଙ୍କନ ଦାଖଲ ପ୍ରକ୍ରିୟାରେ ବହୁ ଦଳୀୟ ନେତାଙ୍କ ସହ ସ୍ୱାଧୀନ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଶେଷ ଦିନରେ ପ୍ରାର୍ଥୀମାନଙ୍କ ମଧ୍ୟରେ ଉତ୍ସାହ ଦ୍ୱିଗୁଣିତ ଥିବା ଦେଖିବାକୁ ମିଳିଥିଲା। ବହୁ ନେତା ଦଳ ଡେଇଁ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଥିଲା। ପ୍ରଥମ ଥର ପାଇଁ ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ଦେଖିବାକୁ ମିଳିଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଶେଷ ଦିନରେ ସଦର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ନିଜ ସମର୍ଥକମାନଙ୍କ ସହ ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ଦାଖଲ କରିଥିଲେ। ସେହିପରି ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ସ୍ୱାଧୀନ ବିଧାୟକ ପ୍ରାର୍ଥୀ ଭାବେ ମଧୂସୁଦନ ଦାସ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଭୋଗରାଇ ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ପ୍ରାର୍ଥୀ ଭାବେ ମାନସ ମହାନ୍ତିଙ୍କ ନାମ ଘୋଷଣା ହୋଇଥିଲା । ମାତ୍ର ମାନସଙ୍କ ବିରୋଧରେ ବହୁ କର୍ମୀ ଅସନ୍ତୋଷ ପ୍ରକାଶ କରିବାରୁ ନିଜେ ମାନସ ନିର୍ବାଚନ ଲଢ଼ିବେ ନାହିଁ ଓ ଦଳ ଯାହାକୁ ପ୍ରାର୍ଥୀ ଭାବେ ଘୋଷଣା କରିବ ସେ ତାଙ୍କୁ ସମର୍ଥନ କରିବେ ବୋଲି କହିଥିଲେ।

ମାନସଙ୍କ ପରେ ବିଜେପି ଶିଳ୍ପପତି ଅଂଶୁମାନ ମହାନ୍ତିଙ୍କ ନାମ ଘୋଷଣା କରିଥିଲା। ଆଜି ଅଂଶୁମାନ ନିଜ ସମର୍ଥକମାନଙ୍କୁ ନେଇି ଏଜିଏମଙ୍କ ପାଖରେ ନାମାଙ୍କନ ଦାଖଲ କରିଛନ୍ତି। ସେହପରି ମହିଳା ବିଜେଡିର ରାଜ୍ୟ ସଂପାଦିକା ଗାୟତ୍ରୀ ମଲ୍ଲିକଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସେ ଅସନ୍ତୋଷ ପ୍ରକାଶ କରି ଗତ କାଲି ବିଜେଡିକୁ ବାୟବାୟ କରିଥିଲେ।

ଆଜି ଗାୟତ୍ରୀ ନିଜ ସମର୍ଥକମାନଙ୍କୁ ନେଇ ରେମୁଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବା ଜଣାପଡ଼ିଛି। ସିମୁଳିଆ ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଭାବେ ପୂର୍ବତନ ସାଂସଦ ତଥା ବିଧାୟକ ଭାବେ ବେଶ ପରିଚିତ ଥିବା ଅନନ୍ତ ପ୍ରସାଦ ସେଠୀ ନିଜ ସମର୍ଥକମାନଙ୍କୁ ନେଇ ଏକ ଶୋଭାଯାତ୍ରାରେ ଆସି ପିଡି ଡିଆରଡିଏଙ୍କ ପାଖରେ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.