ETV Bharat / state

ବାଲେଶ୍ୱରରେ ଗୋଟିଏ ଦିନରେ 3 କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : May 5, 2020, 9:48 PM IST

ଗୋଟିଏ ଦିନରେ ବାଲେଶ୍ବରରେ 3 କୋରୋନା ଆକ୍ରାନ୍ତ ଚିହ୍ନଟ । ଏଥିସହ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 24ରେ ପହଞ୍ଚିଛି । ଅଧିକ ପଢନ୍ତୁ...

od_ balasore_corona positive case
ବାଲେଶ୍ୱରରେ ଗୋଟିଏ ଦିନରେ 3 କୋରୋନା ଆକ୍ରାନ୍ତ ଚିହ୍ନଟ

ବାଲେଶ୍ଵର: ଗୋଟିଏ ଦିନରେ ବାଲେଶ୍ଵରରେ 3 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତିନି ଦିନର ବ୍ୟବଧାନ ପରେ ଜିଲ୍ଲାରେ ପୁଣି 3 ଜଣ ପଜିଟିଭ ବାହାରିଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 24ରେ ପହଞ୍ଚିଛି ।

ମଙ୍ଗଳବାର ଚିହ୍ନଟ ଏହି 3 କୋରୋନା ଆକ୍ରାନ୍ତଙ୍କ ମଧ୍ୟରୁ 2 ଜଣ ବସ୍ତା ବ୍ଲକ ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ଜଣେ ରୁପ୍ସା ଅଞ୍ଚଳର ବୋଲି ଜଣାପଡିଛି । ଅମର୍ଦ୍ଦା ନଟାକଟା ହଦମଉଦ ଅଞ୍ଚଳର ଜଣେ 50 ବର୍ଷୀୟା ମହିଳା ଓ ପାଉଁଶକୁଲି ମସଡା ଅଞ୍ଚଳର ଜଣେ 26 ବର୍ଷୀୟ ଯୁବକ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେହିପରି ରୁପ୍ସା ଅଞ୍ଚଳରେ ଜଣେ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ଉକ୍ତ ଅଞ୍ଚଳରେ ପହଞ୍ଚି ସ୍ଥିତି ସମୀକ୍ଷା ସହ ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଜିଓର ଅନୁସାରେ ଉକ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ରାସ୍ତା ସିଲ କରିଛନ୍ତି । ଏଥିସହ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିବା ନେଇ ଜଣାପଡିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.