ETV Bharat / state

ବାଲେଶ୍ବରରେ ନାବାଳକ ଅପହରଣ: ୩ ଅଟକ - ବାଲେଶ୍ବର ଖବର

ବାଲେଶ୍ବରରେ ନାବାଳକକୁ ଅପହରଣ । ୩ ଅପହରଣକାରୀଙ୍କୁ ଧରି ନିର୍ଦ୍ଧୁମ ମାଡ଼ ଦେବା ପରେ ପୋଲିସ ଜିମାରେ ଦେଲେ ସ୍ଥାନୀୟ ଲୋକେ । ଅଧିକ ପଢ଼ନ୍ତୁ

ବାଲେଶ୍ବରରେ ନାବାଳକକୁ ଅପହରଣ: ୩ ଅଟକ
ବାଲେଶ୍ବରରେ ନାବାଳକକୁ ଅପହରଣ: ୩ ଅଟକ
author img

By

Published : May 28, 2022, 9:44 PM IST

ବାଲେଶ୍ବର: ନାବାଳକକୁ ଅପହରଣ ଅଭିଯୋଗରେ ୩ ଅଟକ । ସିମୁଳିଆ ଥାନା ଅଡ଼ା ପଞ୍ଚାୟତ ଛତ୍ରପୁର ଗାଁର ଜଣେ ନାବାଳକକୁ ଅପହରଣ କରିଥିବା ନେଇ ୩ ଜଣକୁ ଧରି ନିର୍ଦ୍ଧୁମ ମାଡ଼ ଦେବା ପରେ ପୋଲିସ ଜିମାରେ ଦେଲେ ସ୍ଥାନୀୟ ଲୋକେ ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଅଡ଼ା ପଞ୍ଚାୟତର ଛତ୍ରପୁର ଗାଁରେ ଗତକାଲି(ଶୁକ୍ରବାର) ସନ୍ଧ୍ୟାରେ ଜଣେ ନାବାଳକ ଅପହରଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ୩ ଦୁର୍ବୃତ୍ତ ନାବାଳକଙ୍କୁ ଅପହରଣ କରି 5 ଲକ୍ଷ ଟଙ୍କାରେ ବିକ୍ରି ପାଇଁ ଯୋଜନା କରିଥିବା ନାବାଳକ ଜଣକ ଜାଣିପାରିଥିଲେ । ଉପସ୍ଥିତି ବୁଦ୍ଧି ଖଟାଇ ଜଣେ ଯୁବକଙ୍କ ସହାୟତାରେ ସେ ଅପହରଣକାରୀଙ୍କ କବଳରୁ ଖସି ଆସିଥିଲେ ।

ତେବେ ଘରେ ପହଞ୍ଚି ଘଟଣା ସମ୍ପର୍କରେ ସମସ୍ତଙ୍କୁ ଜଣାଇବା ପରେ ପରିବାର ଲୋକେ ଓ ଗ୍ରାମବାସୀ ତିନି ଅପହରଣକାରୀଙ୍କୁ ଧରି ସିମୁଳିଆ ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ୩ ଜଣଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଚଳାଇଛି । ଅଟକ ୩ ଜଣ ଛତ୍ରପୁର ଗାଁର ଦୀନବନ୍ଧୁ ଦାସ, ତାପସ ଦାସ ଓ ରୁକ୍ମିଣୀ ଦାସ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.