ETV Bharat / state

ବଜ୍ରାଘାତରେ ଜଣେ ମୃତ, 3 ଗୁରୁତର ଆହତ

ବଜ୍ରପାତ ପ୍ରଭାବରେ ଖଇରା ବ୍ଲକରେ 3ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ତୁରନ୍ତ ଖଇରା ମେଡିକାଲ ଅଣାଯାଇଥିବା ବେଳେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

author img

By

Published : Jun 6, 2019, 10:22 AM IST

Updated : Jun 6, 2019, 11:04 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ବାଲେଶ୍ୱର: କାଳବୈଶାଖ ଯୋଗୁ ହୋଇଥିବା ପ୍ରବଳ ଘଡଘଡି ଓ ବଜ୍ରପାତ ପ୍ରଭାବରେ ଖଇରା ବ୍ଲକରେ 3ଜଣ ଆହତ ହୋଇଥିବା ଜଣାପଡିଛି।

ଖଇରା ଥାନା ବାରାଜୋଡୀର ଏକ ପାନ ଦୋକାନରେ ବସିଥିବା ବେଳେ ବସନ୍ତ ସେଠି ଓ ରମାକାନ୍ତ ଜେନା ବଜ୍ରାଘାତର ଶିକାର ହୋଇଥିଲେ । ଅନ୍ୟଜଣେ ମହିଳା ଘର ବାରଣ୍ଡାରେ ବସିଥିବା ବେଳେ ବଜ୍ରପାତ ଯୋଗୁଁ ଆହତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ବାଲେଶ୍ବର/ ରାଇରଙ୍ଗପୁର

ଆହତମାନଙ୍କୁ ତୁରନ୍ତ ଖଇରା ମେଡିକାଲ ଅଣାଯାଇଥିବା ବେଳେ ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ଭଦ୍ରକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସେହିପରି ମୟୁରଭଞ୍ଜ ଜିଲ୍ଲା ବହଳଦା ଥାନା ଅଧୀନରେ ଥିବା ଡୁମାର ଗ୍ରାମରେ ବଜ୍ରାଘାତରେ ପାଣ୍ଡୁ ସର୍ଦ୍ଦାର ନାମକ ଜଣେ ନାବାଳକର ମୃତ୍ୟୁ ହୋଇଛି । ରାତିରେ କାଳବୈଶାଖୀ ପବନ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ଆସିବାରୁ ନାବାଳକ ଜଣକ ଟିଣ କବାଟକୁ ଘର ଭିତର ପଟୁ ଠେଲି ଛିଡ଼ା ହୋଇଥିଲା। ଠିକ୍ ସେତିକିବେଳେ ବଜ୍ରପାତ ହେବାରୁ ନାବାଳକଟି ସେହିଠାରେ ହିଁ ଟଳି ପଡ଼ିଥିଲେ।

ବହଳଦା ପୋଲିସ ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠାଇ ଥିବା ବେଳେ ଏକଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ୱରରୁ ଜୀବନ ଜ୍ୟୋତି ନାୟକ ଓ ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:Body:

erterte

Conclusion:
Last Updated : Jun 6, 2019, 11:04 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.