ETV Bharat / state

ସାଙ୍ଗଙ୍କ ସହ ମିଶି ପ୍ରମିକାକୁ ଦୁଷ୍କର୍ମ କଲା ପ୍ରେମିକ ! ବନ୍ଧା ହେଲେ ତିନି ଯୁବକ, ହୋଟେଲ ମ୍ୟାନେଜର ଅଟକ

author img

By ETV Bharat Odisha Team

Published : Sep 23, 2023, 9:23 PM IST

ସାଙ୍ଗମାନଙ୍କ ସହ ମିଶି ପ୍ରମିକାକୁ ଦୁଷ୍କର୍ମ କଲା ପ୍ରେମିକ ! ନାବାଳିକା ଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ଆଣିଛି ନାବାଳିକାଙ୍କ ପରିବାର ଲୋକ । ଅଧିକ ପଢନ୍ତୁ

ସାଙ୍ଗମାନଙ୍କ ସହ ମିଶି ପ୍ରମିକାକୁ ଦୁଷ୍କର୍ମ କଲା ପ୍ରେମିକ

ବାଲେଶ୍ବର: ପ୍ରେମରୁ ଗଣ ଦୁଷ୍କର୍ମ ! ସାଙ୍ଗମାନଙ୍କ ସହ ମିଶି ପ୍ରେମିକ ଏମିତି କାଣ୍ଡ ଭିଆଇବା ପରେ ନାବାଳିକା ଜଣଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିବା ଅଭିଯୋଗ ଆଣିଛି ନାବାଳିକାଙ୍କ ପରିବାର ଲୋକ । ଏକ ଲଜ୍ଜା ଜନକ ଘଟଣା ଘଟିଛି ବାଲେଶ୍ଵର ସଦର ଥାନା ଅଞ୍ଚଳରେ । ସଦର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଚାନ୍ଦିପୁର ବୁଲାଇ ନେବା ବାହାନାରେ ସେଠାରେ ଥିବା ହୋଟେଲ ଗୋଲ୍ଡେନ ପ୍ଲାଜାରେ ଗଣ ଦୁଷ୍କର୍ମ କରାଯାଇଥିବା ଥାନାରେ ଅଭିଯୋଗ କରିଥିଲେ ପରିବାର ।

ଅଭିଯୋଗ ହେବା ପରେ ପୋଲିସ ଚାନ୍ଦିପୁରରେ ଥିବା ସମ୍ପୃକ୍ତ ହୋଟେଲ ଉପରେ ଚଢ଼ାଉ କରି 3 ଜଣ ଯୁବକଙ୍କୁ ଗିରଫ କରିଛି । ଏହାସହିତ ସମ୍ପୃକ୍ତ ହୋଟେଲର ମ୍ୟାନେଜରଙ୍କ କାର୍ଯ୍ୟରେ ଅବହେଳା ଏବଂ ଉପଯୁକ୍ତ ତଦନ୍ତ ନକରି ନାବାଳିକାଙ୍କୁ ରୁମ ପ୍ରଦାନ କରିଥିବାରୁ ମ୍ୟାନେଜରଙ୍କୁ ଅଟକ ରଖିଛି ପୋଲିସ । ଏନେଇ ଆଜି ଏସଡିପିଓ ଶଶାଙ୍କ ଶେଖର ବେଉରିଆ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସମସ୍ତ ସୂଚନା ପ୍ରଦାନ କରିଛନ୍ତି।

ଏସଡିପିଓ କହିଛନ୍ତି, ‘‘ସମ୍ପୃକ୍ତ ନାବାଳିକାଙ୍କ ଜଣେ ପୁରୁଷ ବନ୍ଧୁ ଯିଏ କି ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ । ସେ ନାବାଳିକାଙ୍କୁ ପଞ୍ଚଲିଙ୍ଗେଶ୍ୱର ଯିବାକୁ କହିଥିଲେ । ମାତ୍ର ପଞ୍ଚଲିଙ୍ଗେଶ୍ୱର ନନେଇ ପୂର୍ବ ଯୋଜନା ମୁତାବକ ତାଙ୍କୁ ଚାନ୍ଦିପୁର ସମୁଦ୍ରକୂଳରେ ଥିବା ହୋଟେଲ ଗୋଲ୍ଡେନ ପ୍ଲାଜାରେ ଏକ ରୁମ ବୁକ କରିଥିଲେ । ସେଠାରେ ପହଞ୍ଚିବାର କିଛି ସମୟ ପରେ ପୁରୁଷ ବନ୍ଧୁ ଜଣଙ୍କ ତାଙ୍କ ସାଙ୍ଗମାନଙ୍କୁ ଡାକି ଦେଇଥିଲେ । ସମସ୍ତେ ମିଶି ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ନାବାଳିକା ଜଣଙ୍କ ଘରେ ପହଁଞ୍ଚିବା ପରେ ନିଜର ମାନସିକ ସନ୍ତୁଳନ ହରାଇ ବସିଥିଲେ । ବିଷ ପିଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ। ’’

ଏହା ମଧ୍ୟ ପଢନ୍ତୁ...ରକ୍ଷକ ସାଜିଲା ଭକ୍ଷକ, ଝିଅକୁ ଦୁଷ୍କର୍ମ କରି ବାପାକୁ ୨୦ବର୍ଷ ଜେଲ ଦଣ୍ଡାଦେଶ

ଅନ୍ୟପଟେ ଏହି ଘଟଣାକୁ ନେଇ ନାବାଳିକାଙ୍କ ମା ସଦର ଥାନାରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ପୋଲିସ କେଶ ନଂ 283 ମୂଳେ ମାମଲା ରୁଜୁ କରି ଚାନ୍ଦିପୁରରେ ଥିବା ସମ୍ପୃକ୍ତ ହୋଟେଲ ଉପରେ ଚଢ଼ାଉ କରି ହୋଟେଲ ମ୍ୟାନେଜରଙ୍କୁ ଥାନାକୁ ଆଣିଥିଲା । ସହରର ଆଖପାଖ ଅଞ୍ଚଳରୁ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ । ଏହାସହ ଚାନ୍ଦିପୁରରେ ଥିବା ହୋଟେଲ ସିଲ କରିବା ପାଇଁ ପୋଲିସ ଉପଜିଲ୍ଲାପାଳଙ୍କୁ ସୁପାରିଶ କରଛନ୍ତି । ଏହି ଘଟଣାରେ ପୋଲିସ ଅଭିଯୁକ୍ତମାନଙ୍କ ନିକଟରୁ ଦୁଇଟି ମୋଟର ସାଇକେଲ, ତିନୋଟି ମୋବାଇଲ ଫୋନ, ହୋଟେଲ ରେଜିଷ୍ଟର ଜବତ କରିଛି । ପ୍ରାଥମିକ ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ଏବଂ ସମ୍ପୃକ୍ତ ନାବାଳିକା ଗୋଟିଏ ପଞ୍ଚାୟତରେ ହୋଇଥିବା ବେଳେ ବ୍ୟକ୍ତିଗତ ପ୍ରତିଶୋଧ ନେବାପାଇଁ ପୁରୁଷ ବନ୍ଧୁ ଏମିତି ଘଟଣା ଭିଆଇଥିବା ପୋଲିସ କହିଛି ।
ଇଟିଭି ଭାରତ, ବାଲେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.