ବାଲେଶ୍ବର: ନକଲୀ ପୋଲିସଙ୍କ କଳାକାରାନାମା । ପୋଲିସର ପରିଚୟ ଦେଇ ନର୍ସଙ୍କ ଠାରୁ ଝାମ୍ପି ନେଲେ ସୁନା ଚେନ୍ । ଘଟଣାଟି ଘଟିଛି ବାଲେଶ୍ବର ଜିଲ୍ଲାର ସୋର ଥାନା ଅଧିନସ୍ଥ ମେଡିକାଲ ଛକରେ। ଯାହା ବର୍ତ୍ତମାନ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ତେବେ ଲୁଟର ଶିକାର ହୋଇଛନ୍ତି ଭଦ୍ରକ ମେଡିକାଲରେ ନର୍ସ ଭାବେ କାର୍ଯ୍ୟରତ ଥିବା ସବିତାମଣି ଜେନା । ସୂଚନା ଅନୁଯାୟୀ, ସେ ମେଡିକାଲକୁ ଯିବା ବାଟରେ 2ଜଣ ଦୁର୍ବୃତ୍ତ ଆସି ପୋଲିସର ପରିଚୟ ଦେଇ ତାଙ୍କ ଠାରୁ ସୁନା ଚେନ ଲୁଟି ନେଇଥିଲେ। ଏନେଇ ସବିତା ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ