ବାଲେଶ୍ବର: ବାଲେଶ୍ବର ଓ ମୟୂରଭଞ୍ଜ ସୀମାନ୍ତ ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତ ମହେଶପୁର ଓ କୁଲୁକୁଣ୍ଡା ଗ୍ରାମରେ ଡାଇରିଆ ଆତଙ୍କ । ପାଖାପାଖି 20ଜଣ ଡାଇରିଆରେ ଆକ୍ରାନ୍ତ ହୋଇଥିବାବେଳେ ଅନେକଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଏହାସହ ଆଉ କିଛି ଜଣ ଆକ୍ରାନ୍ତଙ୍କୁ ବେତନଟୀ ଚିକିତ୍ସାଳୟରେ ମଧ୍ୟ ଭର୍ତି କରାଯାଇଛି । ଦୂଷିତ ପାଣି ପିଇବା କାରଣରୁ ଡାଇରିଆ ସଂକ୍ରମିତ ହେଉଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ