ବାଲେଶ୍ବର: ସୋର ଥାନା କୁରୁଡ଼ା ଗ୍ରାମରେ ଛତୁ ଖାଇ ୨୦ ଗୁରୁତର । ସୂଚନା ଅନୁସାରେ, ଶନିବାର ମଧ୍ୟାହ୍ନରେ କୁରୁଡ଼ା ଗ୍ରାମର କିଛି ପରିବାର ଛତୁ ତରକାରୀ ଖାଇଥିଲେ । ଖାଇବା ପରେ କିଛି ଲୋକଙ୍କ ପେଟରେ ସମସ୍ୟା ଦେଖାଦେଇଥିଲା ଓ ବାନ୍ତି ହୋଇଥିଲା । ପ୍ରଥମେ ସମସ୍ତଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ପରେ ଏମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ସୋର ମେଡିକାଲ ନିଆଯାଇଥିଲା । ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାଲେଶ୍ବର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ