ETV Bharat / state

ଟ୍ରକକୁ ପଛ ପଟୁ ପିଟିଲା ଟୁରିଷ୍ଟ ବସ, 15 ଆହତ - ବାଲେଶ୍ବର

ବାଲେଶ୍ବରରେ ଏକ ତାର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ 15 ଜଣ ଆହତ ହୋଇଥବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର
author img

By

Published : May 27, 2019, 10:23 AM IST

ବାଲେଶ୍ବର: ଜିଲ୍ଲା ସୋର ଥାନା ଛପୋଲିଆ ନିକଟରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ଘଟଣାରେ 15 ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବାଲେଶ୍ବର

ଗୁଜୁରାଟ ସୁନ୍ଦର ନଗରରୁ ଏକ ତୀର୍ଥବାସୀ ବସ ପଶ୍ଚିମବଙ୍ଗ ଗଙ୍ଗାସାଗରକୁ ଯାଉଥିଲା । ଯେଉଁଥିରେ 60 ଜଣ ଯାତ୍ରୀ ଥିବାବେଳେ 16ନଂ ଜାତୀୟ ରାଜପଥ ଦହିସଡା ଛପୋଲିଆ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଛପୋଲିଆ ନିକଟରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଥିବା ଏକ ଟ୍ରକକୁ ପଛପଟୁ ବସଟି ପିଟି ହୋଇଥିଲା ।

ଫଳରେ 15 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିବା ସହ ଚିକିତ୍ସା ପାଇଁ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ସ୍ଲଗ- ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ, 15 ଯାତ୍ରୀ ଆହତ।
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 27/05/2019
ଆଙ୍କର- ବାଲେଶ୍ଵର ଜିଲ୍ଲା ସୋର ଥାନା ଛପୋଲିଆ ଠାରେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାରେ 15 ଯାତ୍ରୀ ଆହତ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ, ୧୬ନ ଜାତୀୟ ରାଜପଥ ଦହିସଡା ଛପୋଲିଆ ଠାରେ ଏମିତି ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି। ଗୁଜୁରାଟ ସୁନ୍ଦର ନଗରରରୁ ଏକ ତୀର୍ଥଯାତ୍ରୀ ବସ 60ଜଣ ଯାତ୍ରୀଙ୍କୁ ନେଇ ପଶ୍ଚିମବଙ୍ଗ ଗଙ୍ଗାସାଗର ଯାଉଥିଲା। ଛପୋଲିଆ ଠାରେ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ଏକ ଟ୍ରକର ପଛ ପଟକୁ ବସ ପିଟି ହୋଇଥିଲା। ଏଥିରେ 15 ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଦେଖିବାକୁ ମିଳିଥିଲା। ସୋର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.