ETV Bharat / state

Chaining of Jounalist: ଆଜି ୧୨ ଘଣ୍ଟିଆ ନୀଳଗିରି ବନ୍ଦ

ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡରେ ବେଡି ପକାଇବା ଘଟଣା । ନ୍ୟାୟ ଦାବିରେ ଆଜି ୧୨ ନୀଳଗିରି ବନ୍ଦ । ଅଧିକ ପଢନ୍ତୁ

author img

By

Published : Apr 13, 2022, 12:38 PM IST

Updated : Apr 13, 2022, 1:06 PM IST

Chaining of Jounalist: ଆଜି ୧୨ ଘଣ୍ଟିଆ ନୀଳଗିରି ବନ୍ଦ
Chaining of Jounalist: ଆଜି ୧୨ ଘଣ୍ଟିଆ ନୀଳଗିରି ବନ୍ଦ

ବାଲେଶ୍ବର: ନୀଳଗିରିରେ କାର୍ଯ୍ୟରତ ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡରେ ବେଡି ପକାଇବା ଘଟଣା । ସାମ୍ବାଦିକଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ନୀଳଗିରି ବନ୍ଦ କରାଯାଇଛି । ଏହି ବନ୍ଦ ଡାକରା ଦେଇଛି ନୀଳଗିରି କ୍ରିୟାନୁଷ୍ଠାନ କମିଟି । କେବଳ ଶିକ୍ଷାନୁଷ୍ଠାନ ଓ ଜରୁରୀକାଳୀନ ସେବାକୁ ଛାଡି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଯାନବାହାନ, ଦୋକାନବଜାର ପ୍ରଭୃତି ବନ୍ଦ ରଖାଯାଇଛି । ନୀଳଗିରି ବନ୍ଦରେ ବିଭିନ୍ନ ରାଜନୈତିକ ଦଳ ସମେତ ସାଧାରଣ ଲୋକେ ମଧ୍ୟ ସାମିଲ ହୋଇଛନ୍ତି । ସାମ୍ବାଦିକଙ୍କ ବିରୁଦ୍ଧରେ ଲଗାଯାଇଥିବା ମିଥ୍ୟା ମାମଲା ପ୍ରତ୍ୟାହାର ଓ ଆଇଆଇସିଙ୍କୁ ବହିଷ୍କାର ସହ ସାମ୍ବାଦିକଙ୍କୁ କ୍ଷତିପୂରଣ ଦାବି କରାଯାଇଛି ।

ଉଲ୍ଲେଖଯୋଗ୍ୟ, ସାମ୍ବାଦିକ ଲୋକନାଥ ଦଳେଇ ରାତିରେ ଘରକୁ ଫେରୁଥିବା ସମୟରେ ନୀଳଗିରି ଥାନାର ଜଣେ କର୍ମଚାରୀ ତାଙ୍କ ଗାଡିକୁ ଧକ୍କା ଦେଇଥିଲେ । ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ଘଟଣାସ୍ଥଳରୁ ସ୍ଥାନୀୟ ବାସିନ୍ଦା ଉଭୟକୁ ବୁଝାସୁଝା କରି ଘଟଣା ସମାଧାନ କରିଥିଲା ବେଳେ ଗତ ବୁଧବାର ସକାଳେ ହଠାତ୍ ପୋଲିସ ଲୋକନାଥ ଦଳାଇଙ୍କୁ ଗିରଫ କରିବା ସହିତ ୧୨ ଘଣ୍ଟା ଥାନାରେ ଅଟକ ରଖି ନାନାଦି ନିର୍ଯାତନା ଦେଇଥିଲା । ଏହାପରେ ସାମ୍ବାଦିକଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହେବା ଯୋଗୁଁ ତାଙ୍କୁ ବାଲେଶ୍ବର ଜିଲ୍ଲା ବଡ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଗୋଡରେ ପୋଲିସ୍ ବେଡି ପକାଇଥିଲା । ଯାହାକୁ ନେଇ ଚାରିଆଡେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

Last Updated : Apr 13, 2022, 1:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.