ETV Bharat / state

ଇମାମି ପେପର ମିଲରେ 103 କୋରୋନା ପଜିଟିଭ ଚିହ୍ନଟ - Emami Paper Mill in balasore

ବାଲେଶ୍ଵରରେ ଗୋଟିଏ ଦିନରେ 158 କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 103 ଜଣ ଇମାମି ପେପର ମିଲ୍ସରୁ ଚିହ୍ନଟ ହୋଇଛନ୍ତି । ଏନେଇ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯିବା ସହ ସାମୟିକ ଭାବେ ମେସିନ କାର୍ଯ୍ୟ ବନ୍ଦ କରି ଦିଆଯାଇଛି । ଅଧିକ ପଢନ୍ତୁ...

ଇମାମି ପେପର ମିଲରେ 103 କୋରୋନା ପଜିଟିଭ ଚିହ୍ନଟ

author img

By

Published : Apr 12, 2021, 12:20 PM IST

ବାଲେଶ୍ବର: ଡରାଇଲାଣି କୋରୋନାର ଦ୍ବିତୀୟ ଲହରୀ । ଦୃତ ଗତିରେ ମାଡ଼ି ଚାଲିଛି ସଂକ୍ରମଣ । ତେବେ ଆଜି ବାଲେଶ୍ଵରରେ ଗୋଟିଏ ଦିନରେ 158 କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 103 ଜଣ ଇମାମି ପେପର ମିଲ୍ସରୁ ଚିହ୍ନଟ ହୋଇଛନ୍ତି । ପ୍ରଥମେ ଇମାମି ପେପର ମେସିନ 2ର ଫିନିଶିଙ୍ଗ ହାଉସରେ କାମ କରୁଥିବା ଶ୍ରମିକମାନଙ୍କ କୋରୋନା ପରୀକ୍ଷା କରାଯାଇଥଲା । ଯେଉଁଥିରେ 103 କର୍ମଚାରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଏହାକୁ ନେଇ ସେଠାରେ କୋକୁଆ ଭୟ ସୃଷ୍ଟି ହେବା ସହ ଉକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି । ଏବଂ ସାମୟିକ ଭାବେ ମେସିନ କାର୍ଯ୍ୟ ବନ୍ଦ କରି ଦିଆଯାଇଛି ।

ଏପଟେ ଅଫିସର କଲୋନୀକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି ଏବଂ ଭକ୍ତଙ୍କ ଦର୍ଶନ ନିମନ୍ତେ ଜଗନ୍ନାଥ ମନ୍ଦିର ବନ୍ଦ ରଖାଯାଇଛି । ଏନେଇ ମିଲରେ ଡାକ୍ତରୀ ଦଳ ପହଁଚିଥିବା ଜଣାପଡ଼ିଛି ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.