ବାଲେଶ୍ଵର: ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ପୁରୁଣା ବାଲେଶ୍ଵର ଅଞ୍ଚଳରେ ଚଢ଼ାଉ । ସେଠାରୁ ବିପୁଳ ମଦ ଓ ପୋଚ ନଷ୍ଟ କରାଯିବା ସହ ମଦ ରନ୍ଧା ସାମଗ୍ରୀ ଜବତ କରାଯାଇଛି।
ପୁରୁଣା ବାଲେଶ୍ଵର ଅଞ୍ଚଳରେ ମଦ ରନ୍ଧା ଓ ବିକ୍ରି ଚାଲିଥିବା ଅବକାରୀ ବିଭାଗ ଖବର ପାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରିଥିଲା। ଚଢ଼ାଉରେ 1 ହଜାର ଲିଟର ମଦ ଓ 30 ହଜାର ଲିଟର ପୋଚ ନଷ୍ଟ କରିଥିଲା ବିଭାଗ। ଏହି ଚଢ଼ାଉରେ କେହି ଅଭିଯୁକ୍ତ ଧରା ପଡି ନଥିବା ଜଣାପଡ଼ିଛି।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ