ETV Bharat / state

Zero Night Celebration Ban: କଟକଣା ଜାରି କଲା ଜିଲ୍ଲା ପ୍ରଶାସନ - ବଲାଙ୍ଗୀର ଜିରୋ ନାଇଟ ସେଲିବ୍ରେସନ ବନ୍ଦ

ବଲାଙ୍ଗୀର ଜିଲ୍ଲାରେ ହେବ ନାହିଁ ନୂଆବର୍ଷ ଜିରୋ ନାଇଟ ପାଳନ । କଟକଣା ଜାରି କଳା ଜିଲ୍ଲା ପ୍ରଶାସନ । ମନ୍ଦିର, ହୋଟେଲ, ମଲ ସର୍ବସାଧାରଣ ସ୍ଥାନରେ କୌଣସି କାର୍ଯ୍ୟକ୍ରମ ହେବନାହିଁ ବୋଲି କହିଲା ପ୍ରଶାସନ ।

Zero night celebration ban: କଟକଣା ଜାରି କଳା ଜିଲ୍ଲା ପ୍ରଶାସନ

author img

By

Published : Dec 31, 2021, 10:08 PM IST

ବଲାଙ୍ଗୀର: କରୋନା ଯୋଗୁଁ ଏଥର ମଧ୍ୟ ନୂଆ ବର୍ଷ ପାଳନ ପଡ଼ିବ ଫିକା । ଓଡ଼ିଶା ଏସଆରସିଙ୍କ ଜାରି ନିର୍ଦ୍ଦେଶ ଅନୁସାରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ମଧ୍ୟ ଏହାକୁ ନେଇ କଟକଣା ଜାରି କରିଛି । ଯେଉଁଥିରେ ନୂଆବର୍ଷ ଜିରୋ ନାଇଟ୍ ପାଳନକୁ ବନ୍ଦ କରାଯାଇଛି । ଲୋକେ ଘରେ ରହି ନୂଆବର୍ଷ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଛି ।

Zero night celebration ban: କଟକଣା ଜାରି କଳା ଜିଲ୍ଲା ପ୍ରଶାସନ

ତେବେ ଆଜିଠାରୁ(ଶୁକ୍ରବାର) ଦୁଇ ତାରିଖ ପର୍ଯ୍ୟନ୍ତ କୌଣସି ମନ୍ଦିରରେ ଭକ୍ତ ପ୍ରବେଶକୁ ବନ୍ଦ କରାଯାଇଛି । ସେହିପରି ହୋଟେଲ ମଲ୍, ରେଷ୍ଟୁରାଣ୍ଟ, ପାର୍କ ଇତ୍ୟାଦି ସର୍ବସାଧାରଣ ସ୍ଥାନରେ ଜିରୋ ନାଇଟ ପାଳନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି । ସମଗ୍ର ଜିଲ୍ଲାରେ ଯେମିତି ଏସବୁର ପାଳନ ହେବ ତା’ ପାଇଁ ପୋଲିସ୍ ଓ ସବୁ ସରକାରୀ ଅଧିକାରୀଙ୍କୁ ଏଥିରେ ନିଯୁକ୍ତ କରାଯାଇଛି ।

ତେବେ ଓଡିଶାରେ ମଧ୍ୟ କରୋନା ଓମିକ୍ରାନ୍ ବଢ଼ିଚାଲିଥିବା ବେଳେ ଏଥିରେ ରୋକ୍ ଲଗାଇବା ଜରୁରୀ ଥିବା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି । ଲୋକଙ୍କୁ କୋଭିଡ୍ ନିୟମ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ଅପିଲ କରିଛିନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.