ETV Bharat / state

ଚା’ ଦୋକାନରେ ବଚସାରୁ ଯୁବକଙ୍କୁ ହତ୍ୟା, ବନ୍ଧା ହେଲେ 2 ଅଭିଯୁକ୍ତ - ଶୀତଳଷଷ୍ଠୀରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା

ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

youth murder in balangir
youth murder in balangir
author img

By

Published : May 27, 2023, 9:42 AM IST

youth murder in balangir

ବଲାଙ୍ଗୀର: ଶୀତଳଷଷ୍ଠୀରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା ଘଟଣା । ତଦନ୍ତ କରି ଘଟଣାର ଦୁଇ ଦିନ ପରେ ଦୁଇ ଯୁବକକୁ ଗିରଫ କଲା ପୋଲିସ । ମୃତ ଯୁବକ ହେଉଛନ୍ତି ସରୋଜ ପାଣିଗ୍ରାହୀ । ଗୋଷ୍ଠୀ ବିବାଦରୁ ଯୁବକଙ୍କୁ ହତ୍ୟା କରାଯାଇଥିଲା । ଯାହା ସିସିଟିଭି ଫୁଟେଜରୁ ସ୍ପଷ୍ଟ ହୋଇଥିଲା ।

ମିଳିଥିବାସୂଚନା ଅନୁଯାୟୀ, ଗତ 24 ତାରିଖ ଦିନ ବଲାଙ୍ଗୀର ଗେଟ ସରୋବର ପଡ଼ାର ଯୁବକ ସରୋଜ ପାଣିଗ୍ରାହୀ ଓ ତାଙ୍କ ସାଙ୍ଗ ପ୍ରେମ ସାହୁ ବ୍ରାହ୍ମଣ ପଡ଼ାର ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ଆସିଥିଲେ । ଏଠାରୁ ସେମାନେ ଭୋର ସମୟରେ ବଲାଙ୍ଗୀର ନୃସିଂହ ମନ୍ଦିର ଠାରେ ଚା’ ଦୋକାନରେ ଥିବା ବେଳେ କିଛି ଯୁବକଙ୍କ ସହିତ ତାଙ୍କର ବଚସା ହୋଇଥିଲା । ଫଳରେ ଅପର ପକ୍ଷର ଯୁବକ ସରୋଜ ଓ ତାଙ୍କ ସାଙ୍ଗ ପ୍ରେମତାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସରୋଜ ଓ ପ୍ରେମତା ଗୁରୁତର ହୋଇପଡିଥିଲେ।

ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃଦୁଇ ଯୁବକଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲରେ ଭର୍ତ୍ତି କରିଥିଲା । କିନ୍ତୁ ସରୋଜ ପାଣିଗ୍ରାହୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ମୃତ ସରୋଜ ପାଣିଗ୍ରାହୀ ବଲାଙ୍ଗୀର ପୌର ପରିଷଦରେ କିଛି ଦିନ ହେବ ନିଜ ବାପାଙ୍କ ଚାକିରି ପାଇ କାର୍ଯ୍ୟ କରୁଥିଲେ । ଶୀତଳଷଷ୍ଠୀ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ପୋଲିସ ତ୍ବରିତ ପଦକ୍ଷେପ ନେଇ 2 ଅଭିଯୁକ୍ତଙ୍କୁ ଗିରଫ କରିଛି ।

ମୃତକଙ୍କ ସମ୍ପର୍କୀୟ କୃପାସିନ୍ଧୁ ପାଣିଗ୍ରାହୀ କହିଛନ୍ତି ଯେ, ‘‘ତାଙ୍କ ପୁତୁରା ରାତିରେ ଯାତ୍ରା ଦେଖିବାକୁ ଆସିଥିଲା । ଯାତ୍ରା ଦେଖି ସାରି ଏକ ଚା' ଦୋକାନରେ ଥିବା ବେଳେ ବାଇକରେ ତିନି ଜଣ ଯୁବକ ଆସି ତାଙ୍କୁ ଗାଳିଗୁଲଜ କରିଥିଲେ । ମୋ ଭଣଜା ପ୍ରତିବାଦ କରିବାରୁ ଦୁଇ ଜଣ ଯୁବକ ତାକୁ ଛୁରୀରେ ଆକ୍ରମଣ କରିଥିଲେ । ଯାହା ଫଳରେ ମୋ ଭଣଜାର ମୃତ୍ୟୁ ହୋଇଛି । ହତ୍ୟା କରିଥିବା ଯୁବକ ଜଣେ ମାଫିଆ’’ ବୋଲି କହିଛନ୍ତି ମୃତକଙ୍କ ସମ୍ପର୍କୀୟ । ଅନ୍ୟପଟେ ବ୍ୟାପକ ନିଶା କାରବାର ଯୋଗୁଁ ପୁତୁରାର ମୃତ୍ୟୁ ହୋଇଥିବାର ସେ କହିଛନ୍ତି । ତେବେ ପୋଲିସ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉ ଓ ସହରରେ ଚାଲିଥିବା ନିଶା କାରବାର ଉପରେ ମଧ୍ୟ ଅଙ୍କୁଶ ଲଗାଉ ବୋଲି ଦାବି କରିଛନ୍ତି ମୃତକଙ୍କ ସମ୍ପର୍କୀୟ ।

ଏହି ହତ୍ୟା ଘଟଣାର ତଦନ୍ତ କରିବାକୁ ତିନୋଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଯେଉଁଥିରେ ପ୍ରଥମ ଟିମ୍‌ ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତଲାସି କରିଥିଲା । ଦ୍ଵିତୀୟ ଟିମ ବିଭିନ୍ନ ଜରୁରୀ ପ୍ରମାଣ ସଂଗ୍ରହ କରିଥିଲା । ତଦନ୍ତ ସମୟରେ ଏକ ସିସିଟିଭି ଭିଡିଓ ପୋଲିସ ହାତରେ ଲାଗିଥିଲା । ଯାହା ତଦନ୍ତରେ ବେଶ ସହାୟକ ହୋଇଥିଲା । ଭିଡିଓରୁ ଅଭିଯୁକ୍ତଙ୍କ ପରିଚୟ ପାଇବା ପରେ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ଯୁବକକୁ ପୋଲିସର ତୃତୀୟ ଟିମ ଧରିବାରେ ସଫଳ ହୋଇଥିବା ଏସପି କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.