ETV Bharat / state

ଶ୍ମଶାନରେ କାହା ଫଟୋ ଲାଗିବ ? କେନ୍ଦ୍ର ନା ରାଜ୍ୟ ସରକାରଙ୍କର... - ବିକ୍ଷୋଭ

ଟୀକାକରଣ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ଫଟୋ ଲାଗିବ ନା କେନ୍ଦ୍ର ସରକାରଙ୍କ ତାକୁ ନେଇ ଚାଲିଛି ଯୁଦ୍ଧ । ଏହି ଫଟୋ ଯୁଦ୍ଧକୁ ବିରୋଧ କରି ବଲାଙ୍ଗୀର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

ଜିଲ୍ଲା କଂଗ୍ରେସ ପକ୍ଷକୁ ବିକ୍ଷୋଭ ପ୍ରଦର୍ଶନ
ଜିଲ୍ଲା କଂଗ୍ରେସ ପକ୍ଷକୁ ବିକ୍ଷୋଭ ପ୍ରଦର୍ଶନ
author img

By

Published : Jun 29, 2021, 9:39 AM IST

ବଲାଙ୍ଗୀର: ଦେଶରେ ଚାଲିଥିବା ଟୀକାକରଣର ଶ୍ରେୟ ନେବାକୁ ଚାଲିଛି ଟଣାଓଟରା । ଏହା ସହିତ ଟୀକାକରଣ କେନ୍ଦ୍ରରେ ରାଜ୍ୟ ସରକାରଙ୍କର ନା କେନ୍ଦ୍ର ସରକାରଙ୍କ ଫଟୋ ଲାଗିବ ତାକୁ ନେଇ ଚାଲିଛି ଯୁଦ୍ଧ । ଏହି ଫଟୋ ଯୁଦ୍ଧକୁ ବିରୋଧ କରି ବଲାଙ୍ଗୀର ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛି ଜିଲ୍ଲା ଛାତ୍ର କଂଗ୍ରେସ । ରାଜ୍ୟରେ ଏବେ କୋରୋନା ଟୀକାକରଣରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ନିଜର ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । ଏଥିରେ ଦୁଇ ସରକାରଙ୍କ ମଧ୍ୟରେ ଫଟୋ ଯୁଦ୍ଧ ମଧ୍ୟ ଚାଲିଛି ।

ଜିଲ୍ଲା କଂଗ୍ରେସ ପକ୍ଷକୁ ବିକ୍ଷୋଭ ପ୍ରଦର୍ଶନ

ତେବେ ଟୀକାକରଣ ପାଇଁ ଏମାନେ ଯେତେ ଦାୟୀ କୋରୋନାରେ ମୃତ୍ୟୁ ପାଇଁ ମଧ୍ୟ ସେମାନେ ସେତିକି ଦାୟୀ ବୋଲି କହିଛି କଂଗ୍ରେସ । ଟୀକାକରଣ କେନ୍ଦ୍ରରେ ଫଟୋ ପାଇଁ ଯେମିତି ଟଣାଓଟରା ହେଉଛି ସମାନ ଭାବରେ ଏମାନଙ୍କର ଫଟୋ ଶ୍ମଶାନରେ ମଧ୍ୟ ଲାଗାଯାଉ ବୋଲି ଦାବି କରିଛି ଜିଲ୍ଲା ଛାତ୍ର କଂଗ୍ରେସ ।

ବଲାଙ୍ଗୀରରୁ ସେଖ୍ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.