ବଲାଙ୍ଗୀର: ବଲାଙ୍ଗୀର ରେଳ ଧାରଣାରୁ ଦୁଇଜଣ ଯୁବକଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ରୁ କଣ୍ଟାବାଞ୍ଜି ଯାଇଥିବା ରେନ ଭଟା ଗ୍ରାମ ନିକଟ ରେଳଧାରଣା କଡରୁ ଏହି ଦୁଇଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ମୃତକଙ୍କ ମଧ୍ୟରୁ ଜଣେ କଳାହାଣ୍ଡି ଜିଲ୍ଲା କୋକସରା ଅଞ୍ଚଳର ହେମନ୍ତ ଖର୍ସେଲ ବୋଲି ପରିଚୟ ମିଳିଛି ।
ଆଉ ଜଣଙ୍କର ଏଯାଏଁ ପରିଚୟ ମିଳିପାରି ନାହିଁ । ସେପଟେ ଘଟଣାସ୍ଥଳରେ ଟିଟିଲାଗଡ ଜିଆରପି ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏମାନେ ଟ୍ରେନରୁ ପଡ଼ିଯାଇ ମୃତ୍ୟୁବରଣ କରିଥିବାର ସନ୍ଦେହ କରିଛି । ସେପଟେ ସ୍ଥାନୀୟ ଲୋକ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରିବା ସହ ଉଚିତ୍ ତଦନ୍ତ ଦାବି କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ