ETV Bharat / state

ଭୁଲ ଚିକିତ୍ସା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ, ମେଡ଼ିକାଲରେ ଉତ୍ତେଜନା - alligation

ବଲାଙ୍ଗୀରର ମାଲଗୋଦାମ ପଡ଼ାର ଜଣେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗରେ ଡାକ୍ତରଖାନା ପରିସରରେ ଉତ୍ତେଜନା । ଅଧିକ ପଢନ୍ତୁ..

ଭୁଲ ଚିକିତ୍ସା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ, ମେଡ଼ିକାଲରେ ଉତ୍ତେଜନା

author img

By

Published : Jul 30, 2020, 10:51 PM IST

ବଲାଙ୍ଗୀର: ଭୁଲ୍ ଚିକିତ୍ସା ଯୋଗୁଁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗରେ ଡାକ୍ତରଖାନା ପରିସରରେ ଉତ୍ତେଜନା । ବଲାଙ୍ଗୀରର ମାଲଗୋଦାମ ପଡ଼ାର ମହିଳା ପ୍ରମିଳା ବିଶୋଇ ଗତ କାଲି ପ୍ରସବ ପାଇଁ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜର ମା ଓ ଶିଶୁ ବିଭାଗରେ ଭର୍ତ୍ତି ହୋଇଥିଲେ।

ଭୁଲ ଚିକିତ୍ସା ଯୋଗୁଁ ପ୍ରସୂତୀଙ୍କ ମୃତ୍ୟୁ ଅଭିଯୋଗ, ମେଡ଼ିକାଲରେ ଉତ୍ତେଜନା

ତେବେ ଆଜି ତାଙ୍କର ଗୋଟିଏ ଶିଶୁ ପୁତ୍ର ଜନ୍ମ ହୋଇଥିଲା। ଏହାପରେ ପରିବାର ଲୋକଙ୍କ ଅନୁରୋଧ କ୍ରମେ ତାଙ୍କୁ ଗର୍ଭ ନିରୋଧକ ଦିଆଯାଇଥିଲା । ଯାହା ପରେ ମହିଳାଙ୍କ ପ୍ରଚୁର ରକ୍ତସ୍ରାବ ହେବା ସହ ତାଙ୍କର ମୃତ୍ୟୁ ହୋଇଥିଲା। ସେପଟେ ଭୁଲ୍ ଚିକିତ୍ସା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବାର ଅଭିଯୋଗ କରି ପରିବାର ଲୋକେ ଡାକ୍ତରଖାନା ପରିସରରେ ମୃତଦେହ ରଖି ଧାରଣା ଦେଇଥିଲେ।

କ୍ଷତି ପୂରଣ ସାଙ୍ଗକୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ସେପଟେ ମେଡିକାଲ୍ ସୁପରିଟେଡ଼େଣ୍ଟ ମହେନ୍ଦ୍ର ନାୟକ ଓ ଉପ ଜିଲ୍ଲାପାଳ ଏମାନଙ୍କ ସହ ଆଲୋଚନା କରିବା ଓ ପ୍ରତିଶ୍ରୁତି ଦେବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଥିଲା । ତେବେ ନିୟମ ଅନୁଯାୟୀ ତଦନ୍ତ ହେବ ଓ କାର୍ଯ୍ୟାନୁଷ୍ଠନ ନିଆ ହେବ ବୋଲି ସୁପରିଟେଡ଼େଣ୍ଟ କହିଛନ୍ତି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.