ବଲାଙ୍ଗୀର: ଜିଲ୍ଲାର ତୁଲିସ୍ ନଗର ଠାରେ ଜଣକ ଘରେ କାମ ଚାଲିଥିବାବେଳେ ନିମ୍ନ ମାନର କାମ ଯୋଗୁଁ ଏକ ସିମେଣ୍ଟ ସ୍ଲାବ ଖସି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଶ୍ରମିକ ଜଣକ ହେଲେ ସାଧୁ ଚରଣ ନାୟକ । ତେବେ ଏଥିପାଇଁ କାମରେ ଲଗାଇଥିବା ମିସ୍ତ୍ରୀକୁ ମୃତକଙ୍କ ପରିବାର ଲୋକେ ଦାୟୀ କରିଛନ୍ତି।
ସେପଟେ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏଯାଏଁ ଏହି ମାମଲାରେ ପୋଲିସ କାହାରିକୁ ଗିରଫ କରିନଥିବା ଜଣାପଡିଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ