ETV Bharat / state

ଶୁଣିଲାନି ପ୍ରଶାସନ: ତାତିଲେ ମହିଳା, ରାସ୍ତାରେ ଢାଳିଲେ ମଦ - ମଦ ଭାଟିକୁ ନେଇ ତାତିଲେ ମହିଳା

ମଦ ଭାଟିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ମହିଳା । ଭାଟିରେ ଚଢାଉ ପରେ ରାସ୍ତାରେ ଢାଳିଲେ ମଦ । ଅଧିକ ପଢନ୍ତୁ

woman broke wine bar in balangir
woman broke wine bar in balangir
author img

By ETV Bharat Odisha Team

Published : Sep 1, 2023, 12:52 PM IST

Updated : Sep 1, 2023, 1:58 PM IST

woman broke wine bar in balangir

ବଲାଙ୍ଗୀର: ମଦ ଭାଟିକୁ ବିରୋଧ କରି ତାତିଲେ ମହିଳା । ବଲାଙ୍ଗୀରର ଖୁଜେନ ପାଳି ଗ୍ରାମରେ ମଦ ଭାଟିରେ ଚଢାଉ କରି ବିଚ ରାସ୍ତାରେ ମଦକୁ ନଷ୍ଟ କରିଛନ୍ତି ଉତ୍ୟକ୍ତ ମହିଳା ମାନେ । ଗାଁ ମୁଣ୍ଡରେ ନୂଆ ଦେଶୀ ମଦ ଭାଟି ଖୋଲିଥିବା ବେଳେ ଏହାକୁ ବହୁବାର ବିରୋଧ କରାଯାଇଥିଲା । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଶତାଧିକ ମହିଳା ଓ ଗ୍ରାମବାସୀ ଗୁରୁବାର ମଦ ଭାଟି ଉପରେ ଚଢାଉ କରିଥିଲେ । ଏହାପରେ ହଜାର ହଜାର ଲିଟର ଦେଶୀ ମଦ ସହ ଅନ୍ୟାନ୍ୟ ସାମଗ୍ରୀ ବୋହି ଆଣି ବିଚ ରାସ୍ତାରେ ନଷ୍ଟ କରିଥିଲେ ।

ମଦକୁ ବିରୋଧ କରି ଖୁଜେନ ପାଳି ମୁଖ୍ୟ ରାସ୍ତାକୁ ମହିଳା ମାନେ ଅବରୋଧ କରିଥିଲେ । ଏନେଇ ଖବର ପାଇ ପୋଲିସ ଓ ଅବକାରୀ ବିଭାଗର ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲେ। ଏନେଇ ଜଣେ ମହିଳା କହିଛନ୍ତି ଯେ, ରାସ୍ତା କଡରେ ଦେଶୀ ମଦ ଭାଟି ଖୋଲିଛି । ଏହାକୁ ବିରୋଧ କରି ଅନେକ ଥର ପ୍ରଶାସନ ଓ ଅବକାରୀ ବିଭାଗକୁ ମଧ୍ୟ ଜଣାଇଥିଲୁ। ଗାଁ ମୁଣ୍ଡରେ ଓ ରାସ୍ତା କଡରେ ଏହି ଭାଟି ହେବା ଯୋଗୁଁ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ । ରାସ୍ତାରେ ଚାଲିବାକୁ ମହିଳା ମାନେ ଭୟ କରୁଛନ୍ତି । ସବୁବେଳେ ରାସ୍ତାରେ ଗଣ୍ଡଗୋଳ ଲାଗି ରହୁଛି । ଏନେଇ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ହେଲେ ପ୍ରଶାସନ କର୍ଣ୍ଣପାତ ନକରିବାରୁ ଗ୍ରାମରେ ଭାଟି କାର୍ଯ୍ୟକ୍ଷମ ହୋଇଛି । ଯାହା ଫଳରେ ପରିବେଶ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଛି । ତେଣୁ ବାଧ୍ୟ ହୋଇ ଆମେ ଭାଟିରେ ଚଢାଉ କରି ମଦ ସବୁକୁ ନଷ୍ଟ କରିଛୁ ବୋଲି କହିଛନ୍ତି ମହିଳା ଜଣଙ୍କ ।

ଏହା ମଧ୍ୟ ପଢନ୍ତୁ-ମଦ ଭାଟି ଉପରେ ଅବକାରୀ ଚଢଉ: ପୋଚ ନଷ୍ଟ, ଦେଶୀ ମଦ ଜବତ, ଜଣେ ଗିରଫ

ସେପଟେ ଗାଁ ଲୋକଙ୍କ ସହିତ ପୋଲିସ ପ୍ରଶାସନର ଆଲୋଚନା ମଧ୍ୟ ବିଫଳ ହୋଇଥିଲା । ଭାଟି ଅନ୍ୟତ୍ର ସ୍ଥାନାନ୍ତରିତ ନ ହେବା ଯାଏଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀ କହିଥିଲେ । ପୂର୍ବରୁ ମଧ୍ୟ ପ୍ରଶାସନ ଗ୍ରାମବାସୀ ଓ ସମ୍ପୃକ୍ତ ମଦ ଭାଟି ମାଲିକକୁ ଡାକି ଅବକାରୀ ବିଭାଗର ଉପସ୍ଥିତରେ ଆଲୋଚନା କରିଥିଲେ । କିନ୍ତୁ କୌଣସି ସମାଧାନ ବାହାରି ନ ଥିଲା । ଗୁରୁବାର ଗ୍ରାମବାସୀଙ୍କ ଏଭଳି ପଦକ୍ଷେପ ପରେ ଆଗକୁ ପ୍ରଶାସନ କଣ ପଦକ୍ଷେପ ନେବ ତାହା ଦେଖିବାକୁ ବାକି ରହିଲା।

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 1, 2023, 1:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.