ETV Bharat / state

WODC ଅଧ୍ୟକ୍ଷଙ୍କ ବଲାଙ୍ଗୀର ଗସ୍ତ, ବିଭିନ୍ନ ପ୍ରକଳ୍ପର କଲେ ଭିତ୍ତି ପ୍ରସ୍ତର ସ୍ଥାପନ - ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ

ବଲାଙ୍ଗୀର ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର କଲେ ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ଅଧିକ ପଢନ୍ତୁ

asit tripathy visits balangir
asit tripathy visits balangir
author img

By

Published : May 20, 2023, 1:52 PM IST

ଭୁବନେଶ୍ବର: ବଲାଙ୍ଗୀର ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ । ସେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଟିଟିଲାଗଡ଼ ସହରରେ ଜଳ ସମ୍ପଦ ମନ୍ତ୍ରୀ ଟୁକୁନି ସାହୁଙ୍କ ସହ ସେ ଟିଟିଲାଗଡ଼ ସେଫ ସିଟି ପ୍ରକଳ୍ପର ଭିତ୍ତି ସ୍ଥାପନ କରିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୬୨ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ।

ସୂଚନାଅନୁସାରେ, ପ୍ରକଳ୍ପରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ ୮୫ଟି ସିସିଟିଭି କ୍ୟାମେରା ବିନିଯୋଗ କରାଯିବ । ଏହା ସହିତ ଟିଟିଲାଗଡ଼ ସହର ୱାର୍ଡ ନମ୍ବର ୧୫ ଅନ୍ତର୍ଗତ ହାଟପଦାରେ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ପ୍ରକଳ୍ପର ମଧ୍ୟ ଭିତ୍ତି ସ୍ଥାପନ ହୋଇଛି । ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୪.୧୮ ଟଙ୍କା ଯୋଗାଇ ଦିଆଯାଇଛି । WODC ଅଧ୍ୟକ୍ଷ, ମନ୍ତ୍ରୀଙ୍କ ସହ ତୁଷରାରେ ଏକ ଦୁଗ୍ଧ ଶୀତଳୀକରଣ ପ୍ଲାଣ୍ଟ ଉଦଘାଟନ କରିଛନ୍ତି କରିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୧.୫୪ କୋଟି ଟଙ୍କା ଯୋଗାଇ ଦିଆଯାଇଛି ।

ଅସିତ ତ୍ରିପାଠୀଙ୍କ ଗସ୍ତ ସମୟରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା, ବଲାଙ୍ଗୀର-କଳାହାଣ୍ଡି-ନୂଆପଡ଼ା ଦୁଗ୍ଧ ଉତ୍ପାଦକ ସଙ୍ଘ ଅଧ୍ୟକ୍ଷ ସୀମା ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ଶୁଭାରମ୍ଭ ହୋଇଥିବା ପ୍ଲାଣ୍ଟରେ ୨୦୦୦ ଲିଟର ଉପଯୋଗ ହେଉଥିବା ସ୍ଥଳେ ଆଗାମୀ ଦିନରେ ଏହାର କ୍ଷମତା ୫୦୦୦ ଲିଟରକୁ ବୃଦ୍ଧି କରାଯିବ । ୫୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଦୁଗ୍ଧ ଟ୍ୟାଙ୍କର ଯୋଗାଇ ଦିଆଯିବ ବୋଲି WODC ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଭବିଷ୍ୟତରେ ମତ୍ସ୍ୟ ଚାଷ ଓ ଉଦ୍ୟାନ କୃଷି ସହ ଗୁଡଭେଲା ଡେ଼ରୀ ଡେଭଲପମେଣ୍ଟ ୟୁନିଟକୁ ସମନ୍ବିତ କରାଯିବ । ସାମଗ୍ରିକ କୃଷି ଓ ଆନୁଷଙ୍ଗିକ ବ୍ୟବସାୟକୁ ପ୍ରୋତ୍ସାହିତ କରାଯିବ ବୋଲି ସେ କହିଛନ୍ତି ।

WODC ଅଧ୍ୟକ୍ଷ ଜିଲ୍ଲାପାଳଙ୍କ ସହ ବଲାଙ୍ଗୀର ସହରରେ ନିର୍ମାଣାଧୀନ ଅଡିଟୋରିଅମ ପରିଦର୍ଶନ କରିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୮ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି । ଜିଲ୍ଲାରେ ସାଂସ୍କୃତିକ ସମାରୋହ ଆୟୋଜନରେ ଏହି ପ୍ରେକ୍ଷାଳୟ ଅତ୍ୟନ୍ତ ଉପଯୋଗୀ ସାବ୍ୟସ୍ତ ହେବ । ୨୦୨୩ ଡ଼ିସେମ୍ବର ସୁଦ୍ଧା ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଅଧ୍ୟକ୍ଷ କ୍ରିୟାନ୍ୱୟନ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି । ଅଧ୍ୟକ୍ଷ ଓ ଜିଲ୍ଲାପାଳଙ୍କ ଗାନ୍ଧୀ ଷ୍ଟାଡିୟମରେ ନିର୍ମାଣାଧୀନ ପୁରୁଷ ଓ ମହିଳା ପାଭିଲିୟନ ପରିଦର୍ଶନ କରିଛନ୍ତି । ଏଥି ପାଇଁ ପଶ୍ଚିମ ଓଡିଶା ବିକାଶ ପରିଷଦ ପକ୍ଷରୁ ୨.୪ କୋଟି ଟଙ୍କାର ଆର୍ଥିକ ଅନୁଦାନ ଯୋଗାଇ ଦିଆଯାଇଛି । ବଲାଙ୍ଗୀର ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମି ବିକାଶରେ ଏହି ପ୍ରକଳ୍ପର ମହତ୍ୱପୂର୍ଣ୍ଣ ଯୋଗଦାନ ରହିବ । ପରିଦର୍ଶନ ସମୟରେ ବଲାଙ୍ଗୀର ଏସପି ନିତିନ କୁସଲକର, WODCର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ କୁମାର ମିଶ୍ର, ବୈଷୟିକ ପରାମର୍ଶଦାତା ସୁନୀଲ ନାୟକ, ବିଶେଷଜ୍ଞ ସଦସ୍ୟ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.