ETV Bharat / state

କମୁଛି ଜଙ୍ଗଲ, ବଢୁଛି ଅବାଧ ବନ୍ୟପ୍ରାଣୀ ଶିକାର

ସମୟ ଥିଲା ପ୍ରକୃତିର କୋଳରେ ଆଶ୍ରୟ ନେଉଥିଲେ ଅନେକ ବନ୍ୟପ୍ରାଣୀ। ହେଲେ ଧିରେ ଧିରେ ଲୋପ ପାଇବାରେ ଲାଗିଛନ୍ତି ଜଙ୍ଗଲର ଶୋଭା ବଢାଉଥିବା ଏହି ବନ୍ୟପ୍ରାଣୀ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
author img

By

Published : Feb 8, 2019, 11:56 PM IST

Updated : Feb 9, 2019, 2:55 AM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର
ବଲାଙ୍ଗୀର: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ବଲାଙ୍ଗୀର ସହର। ଯେଉଁଠି ରହିଛି ଗନ୍ଧମାର୍ଦ୍ଦନ, ତୁରେକେଲା ମୁରିବାହାଲର ଓ ମେଣ୍ଡା ଆଦି ଅନେକ ଜଙ୍ଗଲ। ସମୟ ଥିଲା ଏହି ପ୍ରକୃତିର କୋଳରେ ଆଶ୍ରୟ ନେଉଥିଲେ ଅନେକ ବନ୍ୟପ୍ରାଣୀ। ହେଲେ ଧିରେ ଧିରେ ଲୋପ ପାଇବାରେ ଲାଗିଛନ୍ତି ଜଙ୍ଗଲର ଶୋଭା ବଢାଉଥିବା ଏହି ବନ୍ୟପ୍ରାଣୀ । ଆଉ ଏଥିରେ ମୁଖ୍ୟ କାରଣ ସାଜିଛି ମନୁଷ୍ୟର ଆବଶ୍ୟକତା ଓ ଅବାଧ ବନ୍ୟପ୍ରାଣୀ ଶିକାର ।
undefined

ପ୍ରାକୃତିକ ତଥା ସୀମିତ ସମ୍ପଦକୁ ସୁରକ୍ଷା ଯୋଗାଇବା ପାଇଁ ଦୀର୍ଘ ବର୍ଷ ଧରି ଚାଲି ଆସୁଛି ବନ୍ୟଜନ୍ତୁ ସୁରକ୍ଷା ଅଭିଯାନ। ବର୍ଷକୁ ଥରେଅଧେ ଖୁବ୍‌ ଜୋରସୋରରେ ଲାଗୁଛି ନାରା। କେବେ ପ୍ରହସନ ପାଇଁ ଗଛ ମଧ୍ୟ ଲଗାଇ ଦିଆଯାଉଛି। ହେଲେ ସୁଧୁରୁନି ପରସ୍ଥିତି। ବରଂ ବିଗତ କିଛି ବର୍ଷ ହେବ ବଢିବାରେ ଲାଗିଛି ବନ୍ୟଜନ୍ତୁ ଶିକାର ସଂଖ୍ୟା। ଫଳରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି ଉଭୟ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ସଂଖ୍ୟା। ତେଣେ ଜଙ୍ଗଲ ସଂଖ୍ୟା କମୁଥିବାରୁ ଜନବସତି ମୁହାଁ ହେଉଛନ୍ତି ବନ୍ୟା ଜୀବଜନ୍ତୁ।

ଏନେଇ ବଲାଙ୍ଗୀର ସହର ପରିବେଶବିତ୍‌ ଚିନ୍ତା ପ୍ରକାଶ କରିଥିବା ବେଳେ ସାମାନ୍ୟ କିଛି ଅପମୃତ୍ୟୁ ମାମଲା ରୁଜୁ କରି ନୀରବ ବସିଯାଇଛି ବନ ବିଭାଗ। ଅନ୍ୟପଟେ ପ୍ରାୟ ପ୍ରତ୍ୟେକ ଦିନ ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ବିକ୍ରି ହେଉଛି ବନ୍ୟ ଜନ୍ତୁଙ୍କର ମାଂସ, ଚମଡା, ନଖ ଓ ଦାନ୍ତ ଇତ୍ୟାଦି ମୂଲ୍ୟବାନ ଦ୍ରବ୍ୟ । ଯାହାର ମୂଲ୍ୟ ଆକାଶ ଛୁଆଁ ରହୁଥିବାରୁ ବେଶ୍‌ ଲାଭବାନ ହୁଅନ୍ତି ଚୋରା ବେପାରୀ।

ବିଗତ 3 ବର୍ଷ ମଧ୍ୟରେ ଲାଠୋର ଜଙ୍ଗଲରେ ଗୋଟିଏ ରୟାଲ ବେଙ୍ଗଲ ବାଘକୁ ମରା ଯାଇଥିବା ବେଳେ ସଇଁତଳା, ବଡମାଳ ତଥା ହରିଶଙ୍କର ଅଞ୍ଚଳରେ ମରା ଯାଇଛି 3ଟି କଲରା ପତ୍ରିଆ ବାଘ। ଏହାଛଡା ଶିକାରୀ ଜାଲରେ ପଡି ମରଣ ମୁହଁକୁ ଠେଲି ହୋଇଯାଉଛନ୍ତି ହାତୀ, ହରିଣ ଓ ବାର୍‌ହା ଆଦି ପଶୁ। ସେହିପରି ବିଗତ 10 ବର୍ଷ ମଧ୍ୟରେ ଫସଲ ହାନୀ ଯୋଗୁଁ ବିଦ୍ୟୁତ ତାର ଦ୍ୱାରା 10ରୁ ଅଧିକ ହାତୀଙ୍କୁ ମାରି ଦିଆଯାଇଛି।

undefined

ସରକାରୀ ରିପୋର୍ଟ ଅନୁସାରେ ବଲାଙ୍ଗୀରରେ ମୋଟ ୬ହଜାର ୫ଶହ ୭୫ ବର୍ଗ କିଲୋମିଟର ବ୍ୟାପୀ ଜଙ୍ଗଲ ରହିଛି । ଯେଉଁଥିରୁ ମୋଟ ୭୦ବର୍ଗ କିଲୋମିଟର ଘଞ୍ଚ ଜଙ୍ଗଲ ରହିଥିବା ବେଳେ ଏବେ ଏହା ହ୍ରାସ ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ଅବାଧ ଶିକାର ଯୋଗୁଁ ହାତ ଗଣତି ବାଘ ସରିବାକୁ ବସିଥିବା ବେଳେ ଆଗକୁ ହରିଣ, ବାର୍‌ହା ଭଳି ବନ୍ୟ ପ୍ରାଣୀ ମଧ୍ୟ ଲୋପ ପାଇବା ଅବସ୍ଥାରେ ପହଞ୍ଚିଲେଣି । ଯାହା ସ୍ପଷ୍ଟ କରେ ବନ ବିଭାଗର ଅକର୍ମଣ୍ୟତା ।

ଗୋଟିଏ ପଟେ ଅବାଧ ବନ୍ୟଜନ୍ତୁ ଶିକାର । ଅନ୍ୟପଟେ ବନ ବିଭାଗର ସ୍ଥାଣୁତା । ଫଳସ୍ୱରୂପ ଏବେ ଧ୍ୱଂସମୁହାଁ ବନ୍ୟଜନ୍ତୁ ସମ୍ପଦ। ଯଦି ବନ୍ୟଜନ୍ତୁଙ୍କ ଉପରେ ମଣିଷର ଏହି ମନମୁଖୀ ଶାସନ ବନ୍ଦ ନହୁଏ ତେବେ ସେ ଦିନ ବେଶୀ ଦୂର ନୁହେଁ ଯେବେ ଇତିହାସ ପାଲଟିଯିବେ ଏହି ଅମୂଲ୍ୟ ବନ୍ୟ ପ୍ରାଣୀ ସମ୍ପଦ ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:Body:

ଶୁଭୁନି 'କାଟି ପିନ୍ଧ କୁଟି ଖାଅ', ହଜିଲାଣି ଖଦି ବ୍ୟବସାୟ

ଖୋର୍ଦ୍ଧା: ହଜିବାକୁ ବସିଛି ଖଦି ବ୍ୟବସାୟର କୌଳିକ ବୃତ୍ତି । ସମୟ ଥିଲା ଖଦି କାରିଗରଙ୍କ ଦ୍ବାରା ପ୍ରସ୍ତୁତ ଗାମୁଛା, ଲୁଗା, ପ୍ୟାଣ୍ଟ ସାର୍ଟ କପଡା ବେଶ ଲୋକପ୍ରିୟ ଥିଲା । ଫଳରେ ଦି ପଇସା ରୋଜଗାର କରୁଥିଲେ ବ୍ୟବସାୟୀ । ହେଲେ ସମୟ ସହ କେଉଁଆଡେ ହଜିବାକୁ ବସିଲାଣି ଏହି ବ୍ୟବସାୟ । ତେଣୁ ଖଦି କାରିଗର କାମ ଧନ୍ଦା ନପାଇ ଡହଳ ବିକଳ ହେଉଛନ୍ତି । 

19ଟି ପଞ୍ଚାୟତକୁ ନେଇ ଗଠିତ ବୋଲଗଡ ବ୍ଲକ । ସମୟ ଥିଲା ଯେଉଁଠି ଖୁବ୍‌ ଜମୁଥିଲା ଖଦି କାରିଗରଙ୍କ ବ୍ୟବସାୟ । ହେଲେ ମଡର୍ଣ୍ଣ ପୋଷାକ ଆଗରେ ସତେ ଯେମିତି ଏବେ ଫିକା ପଡାବାରେ ଲାଗିଛି ଖଦି ପୋଷାକର ଆକର୍ଷଣ । ଯାହା ଦ୍ବାରା 14 ବର୍ଷ ହେବ ବନ୍ଦ ହେବାକୁ ବସିଛି ଖଦି ସାମଗ୍ରୀ । 

1927 ମସିହାରେ ଭାରତୀୟ ମହାସଂଘ ଡାକରାରେ ବୋଲଗଡ ଖଦି କାର୍ଯ୍ୟକ୍ରମରେ ଯୋଗ ଦେଇ 'କାଟି ପିନ୍ଧ କୁଟି ଖାଅ'ର ନାରା ଦେଇଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ । ସେବେଠାରୁ ସମ୍ପୃକ୍ତ ଅଞ୍ଚଳରେ ବଂଶାନୁକ୍ରମିକ ଭାବେ ଖଦି ବୁଣାକାରମାନେ ଏହାକୁ ପେଶା ଭାବେ ବାଛି ନେଇଥିଲେ । ଫଳରେ ଉତ୍କଳମଣି ଖଦି ଗ୍ରାମୋଦୟ ସଂଘ ବୋଲଗଡ଼ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସମିତିରାଜ ସୁନାଖଳା ଦ୍ବାରା ପରିଚାଳିତ ବହୁ ଗ୍ରାମ ଚମ୍ପାଇଲୋ ଖଦି ସମିତିରେ ପଞ୍ଚୁକୋଟ, ସାନପଦର, ଦେଉଳି, ନୟାପଲି, ବୋରିକ, ଫାଶିଓଦା, ସଂପୁର ଆଦି ଗ୍ରାମର ବୁଣାକାରମାନେ ଖଦି ବୁଣୁଥିଲେ । ହେଲେ ଏବେ ସରକାରୀ ପ୍ରୋତ୍ସାହନ ଅଭାବରେ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଇଛନ୍ତି ବୁଣାକାର । 

ଅନ୍ୟପଟେ ସରକାର ବୁଣାକାରମାନଙ୍କ ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଏଥିସହ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବିକ୍ରି ପାଇଁ ବିଭିନ୍ନ ସୋସାଇଟି ଓ ପ୍ରଚାର ପ୍ରସାର ପାଇଁ ଖଦି ବୋର୍ଡ ଗଠନ କରିଛନ୍ତି । ଆହୁରି ମଧ୍ୟ ସରକାର ବିଭିନ୍ନ ଏସ୍‌ଏଚ୍‌ଜି ମାଧ୍ୟମରେ ସରକାରୀ ପ୍ରୋତ୍ସାହନ ସହ ବ୍ଲକ ପ୍ରଶାସନ ତରଫରୁ ଜାତୀୟ ରାଜପଥ କଡରେ ସାମଗ୍ରୀ ବିକ୍ରି ପାଇଁ ଘର ଯୋଗାଇବା ପାଇଁ କହିଛନ୍ତି । କିନ୍ତୁ ଏସମସ୍ତ ସୁବିଧା କେବଳ କାଗଜ କଲମରେ ସୀମିତ ବୋଲି ଅଭିଯୋଗ କରିଛନ୍ତି ବୁଣାକାର । 

ବୁଣାକାର ମାନଙ୍କ ବାସ୍ତବ ଚିତ୍ର ଦେଖିଲେ ସତେ ଯେମିତି ଲାଗୁଛି ସରକାର ବୁଣାକାରମାନଙ୍କ ପାଇଁ କରିଥିବା ମାଳ ମାଳ ଯୋଜନା ସେମାନଙ୍କୁ ଉପହାସ କରୁଛି । ସରକାର ଯଦି ପ୍ରକୃତ ବୁଣାକାରମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ସରକାରୀ ସହାୟତା ଯୋଗାନ୍ତେ ତାହେଲେ ହୁଏତ ଏକ କୌଳିକ ବୃତ୍ତି ହଜିବାରୁ ବଞ୍ଚାଇ ଯାଇ ପାରନ୍ତା । 

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ନ୍ୟୁଜ୍‌ 

Conclusion:
Last Updated : Feb 9, 2019, 2:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.