ETV Bharat / state

ପୋଲିସ ବାବୁଙ୍କ ଚୋରା ପୀରତି; ପ୍ରେମିକା ସହ ରୋମାନ୍ସ କରୁଥିଲେ, ପହଞ୍ଚିଗଲେ ପତ୍ନୀ - ବଲାଙ୍ଗୀର ପୋଲିସ ବାବୁଙ୍କ ପ୍ରେମ

ପ୍ରେମିକା ସହ ସରକାରୀ କ୍ବାର୍ଟରରେ ରୋମାନ୍ସ କରୁଥିଲେ ପୋଲିସ ବାବୁ । ଦୁହିଁଙ୍କୁ ରଙ୍ଗେ ହାତ ଧରିଲେ ସ୍ତ୍ରୀ । ଅଧିକ ପଢନ୍ତୁ

ପୋଲିସ ବାବୁଙ୍କ ପରକୀୟା ପ୍ରୀତି
ପୋଲିସ ବାବୁଙ୍କ ପରକୀୟା ପ୍ରୀତି
author img

By

Published : Jun 17, 2023, 4:15 PM IST

ପୋଲିସ ବାବୁଙ୍କ ପରକୀୟା ପ୍ରୀତି

ବଲାଙ୍ଗୀର: ଚର୍ଚ୍ଚାରେ ପୋଲିସ ବାବୁଙ୍କ ଚୋରା ପୀରତି । ପ୍ରେମିକା ସହ ରୋମାନ୍ସ କରୁଥିବା ବେଳେ ରଙ୍ଗେ ହାତ ଧରିଲେ ସ୍ତ୍ରୀ । ବଲାଙ୍ଗୀର ଜିଲ୍ଲାର ଜଣେ ପୋଲିସ ବାବୁଙ୍କ ପରକୀୟା ପ୍ରୀତି ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । ଘଟଣାଟି ଗତକାଲି ରାତିର । ସମ୍ପୃକ୍ତ ଖାକି ବାବୁ ବଲାଙ୍ଗୀର ରିଜର୍ଭ ପୋଲିସରେ ହାବିଲଦାର ଭାବରେ କାମ କରନ୍ତି । ହାଥିସାଲ ପଡ଼ାରେ ଥିବା ଏକ ସରକାରୀ କ୍ବାର୍ଟରରେ ସେ ଜଣେ ମହିଳାଙ୍କ ସହ ସମୟ କାଟୁଥିଲେ । ଏହାଜାଣି ତାଙ୍କର ପତ୍ନୀ ସେଠାରେ ପହଞ୍ଚି ପ୍ରେମିକାଙ୍କ ସହ ହାବିଲଦାର ସ୍ବାମୀଙ୍କୁ ଧରିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

ପ୍ରେମିକା ସହ ସ୍ବାମୀଙ୍କୁ ଦେଖି ମହିଳା ହୋ ହଲ୍ଲା କରିବା ପରେ ପଡାବାସୀ ସେଠାରେ ରୁଣ୍ଡ ହୋଇଥିଲେ । ମହିଳାଙ୍କୁ ପଚାରିବାରୁ ସେ ନିଜ ସ୍ବାମୀଙ୍କ ପରକୀୟ ପ୍ରୀତି କଥା କହିଥିଲେ । ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ହାବିଲଦାର କାଲି ରାତିରେ ନିଜ ପ୍ରେମିକା ସହ ହାଥିସାଲ ପଡ଼ା ସ୍ଥିତ କ୍ବାର୍ଟରକୁ ଆସିଥିଲେ । ଏ ସମ୍ପର୍କରେ ଖବର ପାଇ ତାଙ୍କର ପତ୍ନୀ ମଧ୍ୟ ସେଠାରେ ପହଞ୍ଚି ଯାଇଥିଲେ । ଅନ୍ୟ ଜଣେ ଯୁବତୀଙ୍କ ସହ ସ୍ବାମୀଙ୍କୁ ଦେଖି ମହିଳା ରାଗିଯାଇ ପାଟିତୁଣ୍ଡ କରିଥିଲେ । ପଡାବାସୀ ମହିଳାଙ୍କ ସମର୍ଥନରେ ବାହାରି ହାବିଲଦାରଙ୍କ ସହ ତାଙ୍କ ପ୍ରେମିକାଙ୍କୁ ସେଠାରେ ଦୀର୍ଘ ସମୟ ଅଟକ ରଖିଥିଲେ । କିଛି ସମୟ ପରେ ବଲାଙ୍ଗୀର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଥାନାକୁ ଆଣିଥିଲା । ହେଲେ ଧରାପଡିବା ପରେ ତାଙ୍କର ପ୍ରେମିକା ସେଠୁ ଚମ୍ପଟ ମାରିଥିଲେ ।

ସୂଚନା ମୁତାବକ, ସମ୍ପୃକ୍ତ ହାବିଲଦାର ନିଜର ପତ୍ନୀଙ୍କୁ ପ୍ରେମ ବିବାହ କରିଥିଲେ । ୨୦୧୭ରେ ବୈଦିକ ରୀତିନୀତିରେ ଉଭୟଙ୍କ ବିବାହ ହୋଇଥିଲା । ତାଙ୍କର ଏକ ସନ୍ତାନ ମଧ୍ୟ ଅଛି । ଏହାପରେ ମଧ୍ୟ ବାବୁ ଜଣକ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ଏହାକୁ ନେଇ ତାଙ୍କର ବୈବାହିକ ସମ୍ପର୍କରେ ତିକ୍ତତା ଆସିଥିଲା । କିନ୍ତୁ ଆଉ ଏଭଳି ଭୁଲ୍ କରିବେ ନାହିଁ ବୋଲି ସେ ନିଜ ପତ୍ନୀଙ୍କୁ କହିଥିଲେ । ମାତ୍ର ଏକଥାକୁ କେଇ ମାସ ନପୁରୁଣୁ ସେ ପୁଣି ଅନ୍ୟ ଝିଅଙ୍କ ସହ ସମ୍ପର୍କ ରଖିଥିବା ପତ୍ନୀ ଜାଣିବାକୁ ପାଇଥିଲେ । ଗତକାଲି ସ୍ବାମୀ ଏକ କ୍ବାର୍ଟରରେ ପ୍ରେମିକା ସହ ଥିବା ଜାଣି ମହିଳା ସେଠାରେ ପହଞ୍ଚି ଦୁଇ ଜଣଙ୍କୁ ଧରିଥିଲେ ।

ଏନେଇ ପତ୍ନୀ କହିଛନ୍ତି, ଯଦି ସେହି ଯୁବତୀଙ୍କ ସହ ତାଙ୍କ ସ୍ବାମୀ ରହିବାକୁ ଚାହୁଁଛନ୍ତି ତାହାହେଲେ ପିଲାର ଲାଳନପାଳନ ଖର୍ଚ୍ଚ ଦେଇ ଚାଲି ଯାଆନ୍ତୁ । କିନ୍ତୁ ସେ ଯଦି ନ ସୁଧୁରିବେ ତାହାହେଲେ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିବେ । ଅନ୍ୟପଟେ ଟାଉନ ଥାନା ପୋଲିସ ହାବିଲଦାରଙ୍କୁ ଥାନାକୁ ଆଣିଥିବା ବେଳେ କୌଣସି ଅଭିଯୋଗ ହୋଇନଥିବାରୁ ତାଙ୍କୁ ଛାଡି ଦେଇଥିବା ଜଣାପଡିଛି । ଏହି ଘଟଣା ସାରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.