ETV Bharat / state

ଅନିଶ୍ଟିତତାରେ ଲାଇଫଲାଇନ, ବଲାଙ୍ଗୀରରୁ ଖୋର୍ଦ୍ଧା କେବେ ଗଡିବ ଟ୍ରେନ ? - railway project

ଚାରି ଶହ କୋଟିର ପ୍ରକଳ୍ପ ଚାରି ହଜାର କୋଟିରେ ପହଞ୍ଚିଲାଣି । ହେଲେ ମନ୍ଥର ଗତିରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ କାମ । ରେଳପଥ ପରିକଳ୍ପନାକୁ 26 ବର୍ଷ ବିତିଯାଇଥିଲେ ବି ବିଭିନ୍ନ କେଁ ଯୋଗୁଁ ବଲାଙ୍ଗୀରରୁ ଖୋର୍ଦ୍ଧାକୁ ଗଡୁନି ଟ୍ରେନ । ଅଧିକ ପଢନ୍ତୁ...

ଅନିଶ୍ଟିତତାରେ ଲାଇଫଲାଇନ, ବଲାଙ୍ଗୀରରୁ ଖୋର୍ଦ୍ଧା କେବେ ଗଡିବ ଟ୍ରେନ ?

author img

By

Published : Feb 19, 2021, 3:17 PM IST

ବଲାଙ୍ଗୀର: ଭାରତର ସବୁଠୁ ଅବହେଳିତ ଓ ବିଳମ୍ବିତ ପ୍ରକଳ୍ପ ମଧ୍ୟରେ ବଲାଙ୍ଗୀର ଖୋର୍ଦ୍ଧା ରେଳପଥ ପରିଗଣିତ ହେଉଛି । ଆଉ ଏହାର କାରଣ ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଥିବା ସମନ୍ବୟ ଏବଂ ଉପଯୁକ୍ତ ପାଣ୍ଠିର ଅଭାବ । ଯେଉଁଥି ପାଇଁ ଏହି ରେଳପଥ ନିର୍ମାଣରେ ସବୁ ବେଳେ ବାଧା ଉପୁଜୁଛି । ତେବେ ଏଥର ବଜେଟରେ ପୁଣି ଏହି ପ୍ରକଳ୍ପ ପାଇଁ ଏକ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ହେଲେ ଏହି ଟଙ୍କା ବିନିଯୋଗ ହେବେ କି ନାହିଁ ? ପୂର୍ବ ଓଡିଶା ସହିତ ପଶ୍ଚିମ ଓଡିଶାର ଯୋଡ଼ିହେବାର ସ୍ବପ ପୁରା ହେବ କି ନାହିଁ ? ତାହା ଏବେ ପ୍ରଶ୍ନ ଘେରରେ ।

ଅନିଶ୍ଟିତତାରେ ଲାଇଫଲାଇନ, ବଲାଙ୍ଗୀରରୁ ଖୋର୍ଦ୍ଧା କେବେ ଗଡିବ ଟ୍ରେନ ?

ପଶ୍ଚିମ ଓଡିଶାର ଗରିବ ଆଦିବାସୀ ଅପହଞ୍ଚ ଜିଲ୍ଲାକୁ ପୂର୍ବ ସହ ଯୋଡିବା ପାଇଁ 1994-95 ବର୍ଷରେ ବଲାଙ୍ଗୀର ଖୋର୍ଦ୍ଧା ରେଳପଥର ପରିକଳ୍ପନା ହୋଇଥିଲା। ଏବଂ 2001 ମସିହାରେ ଏହାର ଶିଳାନ୍ୟାସ ଦିଆଯାଇଥିଲା । ସେବେଠୁ ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପ କାମ ବିଶେଷ ଆଗେଇ ପାରିନାହିଁ । ଏହିଭଳି ଭାରତର ସବୁଠୁ ବିଳମ୍ବିତ ଓ ଅବହେଳିତ ପ୍ରକଳ୍ପ ଭାବରେ ଏହା ପରିଗଣିତ ହେଉଛି । ତେବେ ଏହା ପାଇଁ କେତେବେଳେ ଉପଯୁକ୍ତ ପାଣ୍ଠି ଅଭାବ ତ କେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସମନ୍ବୟର ଅଭାବ ଏହାକୁ ଆହୁରି ବିଳମ୍ବିତ କରିଆସିଛି । ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ପୂର୍ବ ଓଡିଶା ସହିତ ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ନୟାଗଡ଼ ଜିଲ୍ଲା ଯୋଡି ହେବ । ହେଲେ ଏଥିପାଇଁ ଦରକାର ଥିବା ଜମି ଅନେକ ସ୍ଥାନରେ ଅଧିଗ୍ରହଣ ହୋଇ ନ ଥିବା ବେଳେ ଅତୀତରେ କେନ୍ଦ୍ର କମ ପାଣ୍ଠି ଦେବା ଏହା ପାଇଁ ବାଧକ ସାଜିଥିଲା । ତେବେ ଜମି ଅଧିଗ୍ରହଣ ହୋଇ ପାରିନଥିବା ଯୋଗୁଁ କେନ୍ଦ୍ର ଦେଉଥିବା ଟଙ୍କା ବ୍ୟବହାର ହୋଇ ପାରୁନାହିଁ । ଏହି ଭଳି ଏଥର କେନ୍ଦ୍ର ସରକାର ଏକ ହଜାର କୋଟି ଟଙ୍କା ଏହି ପ୍ରକଳ୍ପ ପାଇଁ ଦେଇଛନ୍ତି । ଯାହାକି ଏଯାବତ ସବୁଠୁ ଅଧିକ ଅନୁଦାନ ଅଟେ ।

ତେବେ ଏହି ଟଙ୍କା ଖର୍ଚ୍ଚ ହେବ ନ ନାହିଁ ତାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । ବଲାଙ୍ଗୀର ଖୋର୍ଦ୍ଧା ରେଳ ପଥ 289 କିମିର ହୋଇଥିବା ବେଳେ ଏଯାଏଁ ବଲାଙ୍ଗୀର ପଟୁ 14 କିମି ବିଛୁ ପାଲି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହୋଇଛି । ସେହିପରି ଖୋର୍ଦ୍ଧା ପଟୁ 74 କିମି ମହିପୁର ପର୍ଯ୍ୟନ୍ତ ମୋଟ 88 କିମି କାମ ହୋଇପାରିଛି । ସେପଟେ ଏହି ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗତ 2015 ରେ ଏମଓୟୁ ସ୍ବାକ୍ଷରିତ କରିଥିଲେ । ଯେଉଁଥିରେ ରାଜ୍ୟ ଜମି ପ୍ରଦାନ କରିବା ସହ 50 ପ୍ରତିଶତ ଖର୍ଚ୍ଚ ବହନ କରିବ ବୋଲି କହିବା ପରେ ଏହି କାମ କିଛି ଆଗେଇ ଥିଲା । ହେଲେ ବର୍ତ୍ତମାନ ନୟାଗଡ଼ ସୋନପୁର ଓ ଵଲାଙ୍ଗୀର ଜିଲ୍ଲାରେ ପ୍ରାୟତଃ ଜମି ଅଧିଗ୍ରହଣ ସାରିଥିବା ବେଳେ ବୌଦ୍ଧ ଜିଲ୍ଲାରେ ଜଙ୍ଗଲ ଜମି ଏଯାଏଁ ଅଧିଗ୍ରହଣ ହୋଇ ପାରିନାହିଁ । ଏଥି ଯୋଗୁଁ ଏହି ପ୍ରକଳ୍ପ ପାଇଁ ଟଙ୍କା ଆସୁଥିଲେ ସୁଦ୍ଧା ଖର୍ଚ୍ଚ ହୋଇ ପାରୁନାହିଁ ।

ଫଳରେ ଚାରି ଶହ କୋଟିର ଏହି ପ୍ରକଳ୍ପ ଏବେ ଚାରି ହଜାରରେ ଟଙ୍କାରେ ଯାଇ ପହଞ୍ଚିଛି । ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବରେ ସତ ଚେଷ୍ଟା କଲେ ଏହା ସମ୍ଭବ ହେବ ବୋଲି କୁହାଯାଇଛି ।

ଗତ ବର୍ଷ 500 କୋଟି ଟଙ୍କା କେନ୍ଦ୍ର ଦେଇଥିବା ବେଳେ ଏ ବର୍ଷ ଏହାର ଦ୍ଵିଗୁଣ ଦେଇଛି । ହେଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଏଯାଏଁ ଜଙ୍ଗଲ ଜମି ଅଧିଗ୍ରହଣ ପାଇଁ ଅନୁମତି ଦେଇ ନାହିଁ । ଯାହାଫଳରେ ଏ ଟଙ୍କା ମଧ୍ୟ ବିନିଯୋଗ ହେବା ନେଇ ଆଶଙ୍କା ଦେଖାଦେଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.