ବଲାଙ୍ଗୀର: 20ରୁ କମ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ନିଷ୍ପତ୍ତି ପରେ ବଲାଙ୍ଗୀର ଜିଲ୍ଲାର ଅନେକ ସ୍କୁଲ ବନ୍ଦ ହୋଇ ହୋଇଯାଇଥିବା ବେଳେ ଆଗଲପୁର ବ୍ଲକ ଖାଲିଆ ପାଳି ୟୁପି ସ୍କୁଲ ମଧ୍ୟ ବନ୍ଦ ହୋଇ ଯାଇଥିଲା । ତେବେ ଏନେଇ ସ୍କୁଲ ପୁନଃ ଖୋଲିବା ଦାବିରେ ବୁଧବାର ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇ ଥିଲେ ଏବଂ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ ।
ଏପଟେ ସ୍କୁଲ ଯିବାକୁ ହେଲେ ଦୁଇ କିମି ଜଙ୍ଗଲ ପାର ହୋଇ ଉଳବା ଗାଁକୁ ଯିବାକୁ ପଡ଼ିବ । ହେଲେ ଏହି ଅଞ୍ଚଳ ହାତୀ ଚଲା ପଥ ହୋଇ ଥିବାରୁ ଜୀବନ ପ୍ରତି ଲୋକଙ୍କ ଭୟ ରହି ଆସୁଛି । ତେଣୁ ଛୋଟ ପିଲାଙ୍କୁ ବାହାରକୁ ଛାଡିବେ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଏଥିପାଇଁ ଗାଁ ସ୍କୁଲ ପୁନଃ ଖୋଲିବାକୁ ଦାବି କରିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ