ETV Bharat / state

ଲୋୟର ସୁକତେଲ ପ୍ରକଳ୍ପ କାମ ଆରମ୍ଭକୁ ପୁଣି ବିରୋଧ, ଫେରିଗଲେ ସ୍ଵତନ୍ତ୍ର ହାଇଲେବଲ ଟିମ୍

author img

By

Published : Nov 4, 2020, 8:47 PM IST

ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକୁ ପୁଣି ବିରୋଧ । ପ୍ରଥମେ ଦାବି ପୁରଣ, ତାପରେ କାମ ଆରମ୍ଭ କରିବାକୁ ଜିଦ୍ ଧରିଛନ୍ତି ବିସ୍ଥାପିତ । ଅଧିକ ପଢନ୍ତୁ ....

ଲୋୟର ସୁକତେଲ ପ୍ରକଳ୍ପ କାମ ଆରମ୍ଭକୁ ପୁଣି ବିରୋଧ

ବଲାଙ୍ଗୀର: ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟକୁ ପୁଣି ବିରୋଧ । ପ୍ରଥମେ ଦାବି ପୁରଣ, ତାପରେ କାମ ଆରମ୍ଭ କରିବାକୁ ଜିଦ୍ ଧରିଛନ୍ତି ବିସ୍ଥାପିତ । ଲୋୟର ସୁକତେଲ ଡ଼୍ୟାମ ବିସ୍ଥାପିତଙ୍କ ବିରୋଧ ଯୋଗୁଁ ଦୀର୍ଘ ଦୁଇ ବର୍ଷ ହେଲା ପ୍ରକଳ୍ପ କାର୍ଯ୍ୟ ବନ୍ଦ ରହିଛି । ୧୧ ଦଫା ସମ୍ବଳିତ ଦାବି ପୂରଣ କରିବା ପରେ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ଅଡି ବସିଛନ୍ତି ବିସ୍ଥାପିତ । ଦୁଇ ବର୍ଷ କାମ ବନ୍ଦ ରହିବା ପରେ ପୁଣି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବା ପାଇଁ ଜୋରସୋର୍ ସଜବାଜ ଚାଲିଛି ।

ଏଥିପାଇଁ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ ଆଜି କାର୍ଯ୍ୟର ତଦାରଖ ପାଇଁ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ କରିବାକୁ ଯାଇଥିଲେ । ଜଳ ସମ୍ପଦ ବିଭାଗର ମୁଖ୍ୟଯନ୍ତ୍ରୀ ଜ୍ୟୋର୍ତିମୟ ରଥଙ୍କ ସହ ଟେକନିକାଲ ଟିମ ପ୍ରକଳ୍ପ ଅଞ୍ଚଳକୁ ଯାଇ କାମ ଆରମ୍ଭ କରିବା ପାଇଁ ଉଦ୍ୟମ କରିଥିଲେ । ହେଲେ ପ୍ରକଳ୍ପ ବିସ୍ଥାପିତ ଲୋକେ ଏହାକୁ ପ୍ରବଳ ବିରୋଧ କରିବାରୁ କାର୍ଯ୍ୟରେ ବାଧା ଉପୁଯାଇଛନ୍ତି । ପ୍ରକଳ୍ପ କାର୍ଯ୍ୟକୁ ଜୋରସୋର୍ ନାରାବାଜୀ ଏବଂ ସ୍ଲୋଗାନ ଦେଇ ବିରୋଧ କରିବାରୁ ହାଇଲେବଲ ଟିମ ପ୍ରକଳ୍ପ ଅଞ୍ଚଳରୁ ଫେରି ଆସିଥିବା ଜଣାପଡିଛି ।

ପ୍ରଥମେ ୧୧ ଦଫା ଦାବି ପୂରଣ କରିବା ପରେ କାର୍ଯ୍ୟ ଆରମ୍ଭ କରିବାକୁ ଅଡି ବସିଛନ୍ତି ପ୍ରକଳ୍ପ ବିସ୍ଥାପିତ । ସୁକତେଲ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଗତ ମାସ ରାଜ୍ୟ ସରକାରଙ୍କ ଏକ ହାଇଲେବଲ ଟିମ ବଲାଙ୍ଗୀର ଗସ୍ତରେ ଆସିଥିଲେ । ବିଭିନ୍ନ ସଂଗଠନ ଓ ବିସ୍ଥାପିତଙ୍କ ସହ ଆଲୋଚନା କରି ଫେରିଯାଇଥିଲେ । ତେବେ ଆଜି ଉଚ୍ଚସ୍ତରୀୟ ଟିମ୍ ପ୍ରକଳ୍ପ ଅଞ୍ଚଳକୁ ଯାଇଥିବା ବେଳେ ବିସ୍ଥାପିତ ଲୋକେ ପ୍ରବଳ ବିରୋଧ କରିଛନ୍ତି । ଏପଟେ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ବିସ୍ଥାପିତଙ୍କ ସହ ଆଲୋଚନା ଜାରି ରଖିଥିବା ସହ ସବୁ ଦିଗକୁ ଧ୍ୟାନରେ ରଖି ପଦକ୍ଷେପ ନିଆ ଯାଉଥିବାର ଜିଲ୍ଲାପାଳ କହିଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମହଦ ୱାହିଦ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.