ETV Bharat / state

ବଲାଙ୍ଗୀରରେ ସ୍କୁଲ ବନ୍ଦକୁ ବିରୋଧ, ଆସନ୍ତା 19ରେ ଓଡିଶା ବନ୍ଦ ଡାକରା - villagers india party

ବଲାଙ୍ଗୀରରେ 296ଟି ସ୍କୁଲ ବନ୍ଦ କରାଯିବା ନିଷ୍ପତିକୁ ବିରୋଧ କରିଛି ଭିଲେର୍ଜର ଇଣ୍ଡିଆ ପାର୍ଟି । ଏଥିପାଇଁ ଆସନ୍ତା ଅକ୍ଟୋବର 19ରେ ଓଡିଶା ବନ୍ଦ ଡାକରା ଦେଇଛି ଭିଲେଜର ଇଣ୍ଡିଆ ପାର୍ଟି ।

ବଲାଙ୍ଗୀରରେ ସ୍କୁଲ ବନ୍ଦକୁ ବିରୋଧ କରି ଆସନ୍ତା 19ରେ ଭିଲେଜର ଇଣ୍ଡିଆ ପାର୍ଟିର ଓଡିଶା ବନ୍ଦ ଡାକରା

author img

By

Published : Oct 16, 2020, 6:47 PM IST

ବଲାଙ୍ଗୀର: ରାଜ୍ୟରେ ଥିବା ସ୍କୁଲ ଗୁଡିକରେ ପିଲା ସଂଖ୍ୟା କମୁଥିବାରୁ ସରକାର ସେହି ସ୍କୁଲଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବଲାଙ୍ଗୀରର 296ଟି ସ୍କୁଲକୁ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି । ତେବେ ଏହି ନିର୍ଦ୍ଦେଶକୁ ଫେରାଇ ନେବାକୁ ଦାବି କରି ଅକ୍ଟୋବର 19ରେ ଓଡିଶା ବନ୍ଦ ଡାକରା ଦେଇଛି ଭିଲେର୍ଜ ଇଣ୍ଡିଆ ପାର୍ଟି ।

ବଲାଙ୍ଗୀରରେ ସ୍କୁଲ ବନ୍ଦକୁ ବିରୋଧ,ଆସନ୍ତା 19ରେ ଓଡିଶା ବନ୍ଦ ଡାକରା

ଭାରତ ସରକାରଙ୍କ ନୀତି ଆୟୋଗର ନିଷ୍ପତି ଓ ନିର୍ଦ୍ଦେଶ କ୍ରମେ ଯେଉଁ ସବୁ ଶିକ୍ଷାନୁଷ୍ଠାନରେ 20ରୁ କମ ଛାତ୍ରଛାତ୍ରୀ ରହିଛନ୍ତି ସେ ସବୁ ସ୍କୁଲକୁ ବନ୍ଦ କରିଛନ୍ତି ରାଜ୍ୟ ସରକାର । ଏ ଯାଏଁ ରାଜ୍ୟରେ ସମୁଦାୟ ଦୁଇ ହଜାରରୁ ଅଧିକ ସ୍କୁଲ ବନ୍ଦ ହୋଇସାରିଛି । ତେବେ ବଲାଙ୍ଗୀରରେ 20ରୁ କମ ଛାତ୍ରଛାତ୍ରୀ ଥିବା 296ଟି ସ୍କୁଲକୁ ବଛା ଯାଇଛି । ଫଳରେ ଏହି ସବୁ ସ୍କୁଲକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ସରକାରଙ୍କର ଏହି ନିଷ୍ପତିକୁ ବିରୋଧ କରିଛି ବଲାଙ୍ଗୀର ଭିଲେର୍ଜର ଇଣ୍ଡିଆ ପାର୍ଟି । ସ୍କୁଲଗୁଡିକ ବନ୍ଦ ହେଲେ ଗ୍ରାମାଞ୍ଚଳରେ ଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଆଧିକାର କ୍ଷୁର୍ଣ୍ଣ ହେବ ବୋଲି କହି ଅଭିଯୋଗ କରିଛି ଭିଲେଜର ଇଣ୍ଡିଆ ପାର୍ଟି ।

ସରକାରଙ୍କ ଏହି ନିଷ୍ପତିକୁ ଫେରାଇ ନେବାକୁ ଦାବି କରିଛି ଏହି ପାର୍ଟି । ସରକାରଙ୍କ ଏପରି ନିଷ୍ପତିକୁ ବିରୋଧ କରି ଆସନ୍ତା ଆକ୍ଟୋବର 19ରେ ପାର୍ଟି ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆ ହୋଇଛି । ଏହି ବନ୍ଦରେ ଗାଡି ଚଳାଚଳ,ସମସ୍ତ ଦୋକାନ ବଜାର,ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ବନ୍ଦ କରିବାକୁ ନିଷ୍ପତି ନେଇଛି ଦଳ । ସେହିପରି ଜରୁରୀ ସେବାକୁ ଓଡିଶା ବନ୍ଦ ଡାକରା ଅନ୍ତର୍ଭୁକ୍ତ କରାଯାଇ ନଥିବା କହିଛନ୍ତି ଭି ଆଇ ପି ଦଳର ଅଧ୍ୟକ୍ଷ ବିପିନ କୁସଲିଆ ।

ବଲାଙ୍ଗିରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.