ETV Bharat / state

ଶୁଣିଲାନି ପ୍ରଶାସନ, କାଠପୋଲ ନିର୍ମାଣ କଲେ ଗ୍ରାମବାସୀ

author img

By

Published : Jul 31, 2021, 12:47 PM IST

Updated : Aug 1, 2021, 2:14 PM IST

ଦାବି କରି କରି ଶୁଣିଲାନି ପ୍ରଶାସନ । ଶେଷରେ ବାଧ୍ୟ ହୋଇ ନିଜେ କାଠ ପୋଲ ନିର୍ମାଣ କଲେ ଗ୍ରାମବାସୀ, ମନ୍ତ୍ରୀଙ୍କ ପ୍ରଶଂସା । ଅଧିକ ପଢନ୍ତୁ...

ଶୁଣିଲାନି ପ୍ରଶାସନ, କାଠପୋଲ ନିର୍ମାଣ କଲେ ଗ୍ରାମବାସୀ
ଶୁଣିଲାନି ପ୍ରଶାସନ, କାଠପୋଲ ନିର୍ମାଣ କଲେ ଗ୍ରାମବାସୀ

ବଲାଙ୍ଗୀର: ମାନବ ସମାଜ ବିଂଶ ଶତାବ୍ଦିରେ ପାଦ ଥାପିଥିଲେ ସୁଦ୍ଧା ଆଜିବି କିଛି ଗାଁ ଅଛି ଯେଉଁଠି ମୌଳିକ ସୁବିଧା ସାତ ସପନ । ଏହିଭଳି ଏକ ଅପହଞ୍ଚ ଗ୍ରାମବାସୀ ହେଉଛନ୍ତି ବଲାଙ୍ଗୀରର । ନାଳ ଉପରେ ଏକ ବ୍ରିଜ ପାଇଁ ଦାବି କରି ସୁଦ୍ଧ କେହି ନଶୁଣିବାରୁ ଶେଷରେ ଗ୍ରାମବାସୀ ଏକାଠି ହୋଇ ବ୍ରିଜ ନିର୍ମାଣ କରିଛନ୍ତି । ତେବେ ଏନେଇ ଚର୍ଚ୍ଚା ହେବା ପରେ ପ୍ରଶାସନ ଶୀଘ୍ର ଏକ ପୋଲ ନିର୍ମାଣ କରିବ ବୋଲି ପ୍ରତିଶ୍ରୁତି ଦେଇଛି ।

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ବ୍ଲକ ଅନ୍ତର୍ଗତ ମହୁଲ ପଡ଼ା ପଞ୍ଚାୟତର କୁଟୁରା କେନ୍ଦ୍ ଗ୍ରାମ । ଗ୍ରାମକୁ ଚତୁଃପାର୍ଶ୍ବରୁ ଜଙ୍ଗଲ ଘେରି ରହି ଥିବାବେଳେ ଗାଁର ତିନି ପଟରୁ ଏକ ନାଳ ବହୁଛି । ଏଥିପାଇଁ ଅଞ୍ଚଳବାସୀଙ୍କୁ ଯିବ ଆସିବା ପାଇଁ ଏହି ନାଳ ପାରି ହେବାକୁ ପଡ଼ିଥାଏ । ତେବେ ନାଳ ଉପରେ କୌଣସି ବ୍ରିଜ ନ ଥିବାବେଳେ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ସବୁବେଳେ ଯିବା ଆସିବା କରିଥାନ୍ତି । ସେହିପରି ବର୍ଷା ଦିନରେ ଏହି ଗ୍ରାମ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଏ । ଯାହାଫଳରେ ଶିକ୍ଷା ସ୍ବାସ୍ଥ୍ୟ ଓ ଅନ୍ୟାନ୍ୟ ଗୁରୁତର କାର୍ଯ୍ୟ ପାଇଁ ଏମାନେ ଗାଁରୁ ଆସି ପାରିନଥାନ୍ତି ।

ତେବେ ଏହାର ସମାଧାନ ପାଇଁ ଗ୍ରାମବାସୀ ଦୀର୍ଘ ବର୍ଷରୁ ନାଳ ଉପରେ ଏକ ପୋଲ ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ନେତା, ମନ୍ତ୍ରୀ କିମ୍ବା ପ୍ରଶାସନ ଏଯାଏଁ ତାଙ୍କ ଦାବିକୁ କର୍ଣ୍ଣପାତ କରି ନଥିବା ଅଭିଯୋଗ କରିଛନ୍ତି । ଫଳରେ ଅନ୍ୟ ଉପାୟ ନପାଇ ଶେଷରେ ଗ୍ରାମବାସୀ ନିଜ ଉଦ୍ୟମରେ ଏକ କାଠ ପୋଲ ନିର୍ମାଣ କରିଛନ୍ତି । ଏଥିପାଇଁ ଗ୍ରାମର ପ୍ରତିଟି ବ୍ୟକ୍ତି ନିଜର ଶ୍ରମ ଦାନ କରିଛନ୍ତି । ସେପଟେ ଏହାକୁ ନେଇ ପଶ୍ଚିମ ଓଡ଼ିଶା ଅଧ୍ୟକ୍ଷ ଅସିତ୍ ତ୍ରିପାଠୀ ଜାଣିବାକୁ ପାଇବା ପରେ ଲୋକଙ୍କ ଉଦ୍ୟମକୁ ସାଧୁବାଦ୍ ଦେବା ସହ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ କାମ କରିବେ ବୋଲି କହିଛନ୍ତି । ତେବେ ଦୀର୍ଘ ବର୍ଷରୁ ପୋଲ ପାଇଁ ଦାବି କରି ଆସୁଥିବା ଏହି ଗ୍ରାମବାସୀଙ୍କ ସ୍ବପ୍ନ କେବେ ପୂରଣ ହେଉଛି ତାହା ଦେଖିବାକୁ ବାକି ରହିଲା ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Last Updated : Aug 1, 2021, 2:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.