ETV Bharat / state

ସୋଲାର ପାୱାର ପ୍ଲାଣ୍ଟକୁ ଗ୍ରାମବାସୀଙ୍କ ବିରୋଧ - Balangir news

ଗ୍ରାମବାସୀଙ୍କ ବିନା ଅନୁମତିରେ ହଜାର ହଜାର ମୂଲ୍ୟବାନ ଗଛ କାଟି ସୋଲାର ପ୍ଲାଣ୍ଟ ନିର୍ମାଣ କରାଯାଉଥିବାରୁ ଏହାକୁ ବିରୋଧ କରିଛନ୍ତି ବଲାଙ୍ଗୀର ଜିଲ୍ଲା ଦୂମେର ମୁଣ୍ଡା ଓ ଘୁନସର୍ ଗ୍ରାମବାସୀ । ଅଧିକ ପଢ଼ନ୍ତୁ...

Villagers protest, Villagers against the construction of a solar power plant, construction of a solar power plant, ସୋଲାର ପାୱାର ପ୍ଲାଣ୍ଟକୁ ଗ୍ରାମବାସୀଙ୍କ ବିରୋଧ, ବଲାଙ୍ଗୀର ଜିଲ୍ଲା ଦୂମେର ମୁଣ୍ଡା, ଘୁନସର୍ ଗ୍ରାମବାସୀ, Balangir news, ବଲାଙ୍ଗୀର ଖବର
ସୋଲାର ପାୱାର ପ୍ଲାଣ୍ଟକୁ ଗ୍ରାମବାସୀଙ୍କ ବିରୋଧ
author img

By

Published : Jul 14, 2020, 10:26 PM IST

ବଲାଙ୍ଗୀର: ଜିଲ୍ଲାରେ ନିର୍ମାଣଧୀନ ଏକ ସୋଲାର ପାୱାର ପ୍ଲାଣ୍ଟକୁ ଗ୍ରାମବାସୀ ବିରୋଧ କରିଛନ୍ତି। ବଲାଙ୍ଗୀର ସଇଁତଳା ବ୍ଲକ୍ ଠାରେ ଦୂମେର ମୁଣ୍ଡା ଗ୍ରାମ ଓ ଘୁନସର୍ ଗ୍ରାମ ନିକଟରେ ଆଦିତ୍ୟ ବିରଲା ଗ୍ରୁପ୍ ପକ୍ଷରୁ ଏହି ସୋଲାର ପାୱାର ପ୍ଲାଣ୍ଟ ସ୍ଥାପନ କାର୍ଯ୍ୟ ଚାଲିଛି। ଯାହା ପାଇଁ ଘୁନସର୍‌ ଗ୍ରାମରୁ 21 ଏକର ଜମି ଓ ଦୁମେର ମୁଣ୍ଡା ଗ୍ରାମରୁ 80 ଏକର ଜମି ନିଆ ଯାଇଛି। ତେବେ ଏହାକୁ ନେଇ ଗ୍ରାମବାସୀ ବିରୋଧ କରୁଥିବା ବେଳେ ଗୋଚର ଜମିର କିସମକୁ ବଦଳାଇ ଏହି କାମ କରାଯାଉଥିବାର ଏମାନେ ଅଭିଯୋଗ କରିଛନ୍ତି।

ସୋଲାର ପାୱାର ପ୍ଲାଣ୍ଟକୁ ଗ୍ରାମବାସୀଙ୍କ ବିରୋଧ

ସେହିପରି ଏହି କମ୍ପାନୀ ରାତା ରାତି ଏଠିକାର ହଜାର ହଜାର ମୂଲ୍ୟବାନ ଗଛ କାଟି ଦେଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସମାନ ଭାବରେ କମ୍ପାନୀ ତଥା ପ୍ରଶାସନ ଲୋକଙ୍କ ବିନା ଅନୁମତି ଅର୍ଥାତ ବିନା ପଲ୍ଲୀ ସଭାରେ ଏହି କାମ କରୁଥିବାରୁ ଏହାକୁ ତୀବ୍ର ବିରୋଧ କରାଯାଇଛି। ନିର୍ମାଣ ସ୍ଥଳକୁ ଯାଇ କାମ ବନ୍ଦ କରିଦେଇଛନ୍ତି ଗ୍ରାମବାସୀ। ତେବେ ଜିଲ୍ଲା ପ୍ରଶାସନ ଏହାର ଉଚିତ ପଦକ୍ଷେପ ନ ନେବା ଯାଏଁ ଏମାନେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.