ETV Bharat / state

ଭିଜିଲାନ୍ସ ଜାଲରେ ସରକାରୀ ଦମ୍ପତି - ଭିଜିଲାନ୍ସ

ଫସିଛନ୍ତି ସରକାରୀ ଦମ୍ପତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଞ୍ଚ ଜାରି ରଖିଛି ଭିଜିଲାନ୍ସ ।

ଡ଼ିଜାଇନ ଫଟୋ
author img

By

Published : Sep 20, 2019, 1:04 PM IST

ବଲାଙ୍ଗୀର: ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଛନ୍ତି ସରକାରୀ ଚାକିରିଆ ଦମ୍ପତି । ସ୍ବାମୀ ତ୍ରିନାଥ ସେଠୀ ଜିଲ୍ଲା ଅବକାରୀ ବିଭାଗର ବରିଷ୍ଠ କିରାଣୀ ଥିବାବେଳେ ବଲାଙ୍ଗୀର ୱେସ୍କୋ କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟ ରହିଛନ୍ତି ପତ୍ନୀ ସୀତାରାଣୀ ସେଠୀ ।

ଉଭୟଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବା ପରେ ଆଜି ତାଙ୍କ ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାରେ ଏକକାଳୀନ ଚଢାଉ କରିଛି ପାଞ୍ଚଟି ଟିମ୍ । ବର୍ତମାନ ସୁଦ୍ଧା ବଲାଙ୍ଗୀରସ୍ଥିତ ବାସଭବନରୁ 75 ହଜାର ନଗଦ ଟଙ୍କା ଜବତ କରିଛି ଟିମ୍ । ଏଥିସହିତ ସୁନା ଗହଣା , ବ୍ୟାଙ୍କ ଖାତା ଓ ଜମି କାଗଜପତ୍ର ଯାଞ୍ଚ କରୁଛନ୍ତି ଭିଜିଲାନ୍ସ ଅଧିକାରୀ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ଏହି ଚଢାଉରେ ବଲାଙ୍ଗୀର, ବରଗଡ଼, ଝାରସୁଗୁଡା,ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ସାମିଲ ରହିଛନ୍ତି । ସମ୍ପତ୍ତି ଆକଳନ ଜାରି ରହିଥିବା ବେଳେ ତଦନ୍ତ ପରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀ । ଅନ୍ୟପଟେ କୌଣସି ଆୟବର୍ହିଭୂତ ସମ୍ପତ୍ତି ଠୁଳ କରି ନାହାଁନ୍ତି ବୋଲି ସଫେଇ ଦେଇଛନ୍ତି ତ୍ରିନାଥ ସେଠୀ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

Intro:ବଲାଂଗୀରରେ ଆଜି ସରକାରୀ ଚାକିରୀ କରୁଥିବା ଦମ୍ପତ୍ତି ପଡିଛନ୍ତି ଭିଜିଲାନସ ଜାଲରେ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏହି ଭିଜିଲାନ୍ସ ଚଢ଼ାଉ ଚାଲିଛି । ଯେଉଁଥିରେ ଭିଜିଲାନ୍ସ ର ପଞ୍ଚଟି ଟିମ ବଲାଂଗୀର ଓ ନୂଆପଡା ଜିଲ୍ଲାରେ ଏକକାଳୀନ ଚଢ଼ଉ ଜାରି ରଖିଛନ୍ତି ।

Body:ବଲାଂଗୀରରେ ଆଜି ସରକାରୀ ଚାକିରୀ କରୁଥିବା ଦମ୍ପତ୍ତି ପଡିଛନ୍ତି ଭିଜିଲାନସ ଜାଲରେ । ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏହି ଭିଜିଲାନ୍ସ ଚଢ଼ାଉ ଚାଲିଛି । ସ୍ୱାମୀ ତ୍ରିନାଥ ସେଠି ଓ ତାଙ୍କ ସ୍ତ୍ରୀ ସୀତାରାଣୀ ସେଠି ଏହି ଭିଜିଲାନ୍ସର ଫାନ୍ଦରେ ପଡିଛନ୍ତି । ତ୍ରିନାଥ ସେଠି ଯିଏକି ବଲଙ୍ଗୁର ଅବକାରୀ ବିଭାଗର ବରିଷ୍ଠ କିରାଣୀ ଥିବା ବଳେ ତାଙ୍କ ସ୍ତ୍ରୀ ସୀତାରାଣି ସେଠି ବଲାଂଗୀର ୱେସ୍କୋ କାର୍ଯ୍ୟାଳୟରେ ଏକାଉଣ୍ଟେଣ୍ଟ ଭାବରେ କାର୍ଯ୍ୟ କରୁଛନ୍ତି । ତେବେ ତାଙ୍କ ନାଁରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବାର ଅଭିଯୋଗ ଥିଲା ଯାହାକୁ ଭିତ୍ତି କରି ଭିଜିଲାନ୍ସ ଏହି ଚଢ଼ଉ କରୁଛି । ଯେଉଁଥିରେ ଭିଜିଲାନ୍ସ ର ପାଞ୍ଚଟି ଟିମ ସାମିଲ ହୋଇ ବଲାଂଗୀର ଓ ନୂଆପଡା ଜିଲ୍ଲାରେ ଏକକାଳୀନ ଚଢ଼ଉ ଜାରି ରଖିଛନ୍ତି । ଏବଂ ଏଥିରେ ବଲାଂଗୀର, ବରଗଡ଼ , ଝାରସୁଗୁଡା,ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ଭିଜିଲାନ୍ସ ବିଭାଗ ମିଳିତ ଭାବରେ ବଲାଂଗୀର ରେ ସ୍ୱାମୀ ସ୍ତ୍ରୀଙ୍କ କାର୍ଯ୍ୟାଳୟ, ତାଙ୍କ ବଲାଂଗୀର ପେଲେସ ଲାଇନ ସ୍ଥିତ ବାସ ଭବନ ଓ ନୂଆପଡା ଜିଲ୍ଲାରେ ଥିବା ତାଙ୍କ ପୈତୃକ ଘରେ ଚଢ଼ଉ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ବଲାଂଗୀର ବାସ ଭାବନରୁ ଭିଜିଲାନ୍ସ 75 ହଜାର ନଗଦ, ସୁନା ଗହଣା ତଥା ଜମି ଜାମା କାଗଜ ପତ୍ର ଓ ବେଙ୍କ ଜାମା ସବୁ ଜବତ କରିଛି । ଏବଂ ସମ୍ପତ୍ତି ଆଙ୍କାଳନ ଜାରି ରହିଥିବା ବେଳେ ତଦନ୍ତ ପର3 ସବୁ ତଥ୍ୟ ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ କହିଛି । ସେପଟେ ଅଭିଯୁକ୍ତ କୌଣସି ଆୟ ବହିର୍ଭୁତ ସଂପତ୍ତି ଠୁଳ କରି ନଥିବାର କହିଥିବା ବେଲେ 33 ବର୍ଷର ଚାକିରୀରେ ଏସବୁ କରିଥିବାର କହିଛନ୍ତି ।
ବାଇଟ କାଡମ୍ବାନୀ ସାମଲ ଡ଼ି ଏସ ପି ଭିଜିଲାନ୍ସ ବଲାଂଗୀର
ବାଇଟ ତ୍ରିନାଥ ସେଠି ଅଭିଯୁକ୍ତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.