ETV Bharat / state

ଭିଜିଲାନ୍ସ ପଞ୍ଝାରେ ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗିନୀ ଯୋଶୀ - ୩୧ ହଜାର ଟଙ୍କା ଲାଞ୍ଚ

ବଲାଙ୍ଗୀର ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗୀନି ଯୋଶୀ । ୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

author img

By

Published : Jul 21, 2023, 10:18 PM IST

୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜେଣ୍ଡର କୋର୍ଡିନେଟର ପୁଷ୍ପାଙ୍ଗୀନି ଯୋଶୀ । ସ୍କୁଲ୍‌ କାମର ୟୁସି ପାଇଁ 31 ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜେଣ୍ଡର କୋର୍ଡିନେଟର । ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ ଜାରି । ବଲାଙ୍ଗୀର ପ୍ରକଳ୍ପ କାର୍ଯ୍ୟାଳୟର ମହିଳା ଜିସି ପୁଷ୍ପାଙ୍ଗୀନି ଯୋଶୀଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ଭିଜିଲାନ୍ସ । ପାଟଣାଗଡ ବ୍ଲକ ଅନ୍ତର୍ଗତ ସୋଲବନ୍ଦ ଗ୍ରାମର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର କାମର ୟୁସି ଦେବା ପାଇଁ ସେ 31 ହଜାର ଟଙ୍କା ଲାଞ୍ଚ ମାଗିଥିଲେ ।

ଅଭିଯୋଗ ଅନୁସାରେ ଏହି ସ୍କୁଲର ପ୍ରଧାନ ଶିକ୍ଷକ ସ୍କୁଲରେ ହୋଇଥିବା କାମର ୟୁସି ପାଇଁ ବାରମ୍ବାର ଡ଼ିପିସି କାର୍ଯ୍ୟାଳୟ ଦୌଡ଼ି ହଇରାଣ ହେଉଥିଲେ। ତେବେ ଲାଞ୍ଚ ନଦେବାରୁ ତାଙ୍କୁ ୟୁସି ଦିଆ ଯାଉ ନଥିବା ସେ ଅଭିଯୋଗ କରିଥିଲେ । ଏହାର ଅଭିଯୋଗ ଆସିବା ପରେ ବଲାଙ୍ଗୀର ଭିଜିଲାନ୍ସ ଲାଞ୍ଚ କାର୍ଯ୍ଯନୁଷ୍ଠାନ ଗ୍ରହଣ କରିଥିଲା ।

ଅଧିକ ପଡ଼ନ୍ତୁ: ଖାକିରେ ଦୁର୍ନୀତିର ଦାଗ, ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡିଲେ ହରଭଙ୍ଗା ଥାନା ଅଧିକାରୀ

ଆଜି ଶିକ୍ଷକଙ୍କଠାରୁ 31 ହଜାର ଟଙ୍କା ନଗଦ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଯୋଜନା ମୁତାବକ ମହିଳା ଜିସି ଅଧିକାରୀ ପୁଷ୍ପାଙ୍ଗୀନି ଯୋଶୀଙ୍କୁ ଧରିଥିଲା । ସେହିପରି ତାଙ୍କଠାରୁ ଲାଞ୍ଚ ବାବଦରେ 31 ହଜାର ଟଙ୍କା ଜବତ କରିଥିଲା । ଏହି ରେଡ୍‌ରେ ବଲାଙ୍ଗୀର ଓ ସୋନପୁର ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଇଥିଲା । ତେବେ ଉଭୟ ଟିମ୍ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ ଜାରି ରହିଛି । ଯେଉଁଥିରେ ବଲାଙ୍ଗୀର ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ସହିତ ବଲାଙ୍ଗୀର ଶାନ୍ତିପଡ଼ାରେ ଥିବା ତାଙ୍କର ଭଡ଼ା ଘର ଓ ନୂଆପଡ଼ା ଜିଲ୍ଲା ତାଙ୍କ ନିଜ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଛି ।

ଏହା ବି ପଢନ୍ତୁ: ମଦ ବ୍ୟବସାୟଙ୍କଠାରୁ ଲାଞ୍ଚ ନେଉଥିଲେ 2 ପୋଲିସ, ମାଡି଼ ବସିଲା ଭିଜିଲାନ୍ସ

ସେହିପରି ଚଢ଼ାଉ ସମୟରେ ସମ୍ପୃକ୍ତ ଅଧିକାରିଣୀଙ୍କୁ ଭିନିଲାନ୍ସ ଗିରଫ କରିଛି । ଚଢ଼ାଉ ପରେ ଅଧିକ ତଦନ୍ତ ପରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ହୋଇଛି କି ନାହିଁ ତାହା ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛି ଭିଜିଲାନ୍ସ । ତେବେ ସରକାରୀ ଠିକା କାମରେ କମିଶନ ନିଆ ଯାଉଥିବା ସବୁ ବେଳେ ଚର୍ଚ୍ଚା ହେଉଥିବା ବେଲେ ଶିକ୍ଷାର ଭିତ୍ତିଭୂମି ବିକାଶରେ ଆସୁଥିବା ଟଙ୍କାକୁ ମଧ୍ୟ କିଛି ଏଭଳି ଅଧିକାରୀ ଚଳୁ କରୁଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.