ETV Bharat / state

ଭିଜିଲାନ୍ସ ହାତରେ ଲାଞ୍ଚୁଆ ପୋଲିସ ଏସଆଇ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ। ବଲାଙ୍ଗୀର ମୁରିବାହାଲ ଥାନାର ଏସଆଇ ସରୋଜ ରଞ୍ଜନ ରଥ ବୁଧବାର ଏହି ମାମଲାରେ ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ, ମୁରିବାହାଲ ଥାନା ମିଳିତ ଭାବେ ଏସଆଇଙ୍କ ବଲାଙ୍ଗୀରସ୍ଥିତ ବେରେକ ଓ ଭବାନୀପାଟଣାସ୍ଥିତ ବାସ ଭବନରେ ଏକ କାଳୀନ ଚଢ଼ାଉ କରିଥିଲେ ।

author img

By

Published : Jul 29, 2020, 7:16 PM IST

bribe case
bribe case

ବଲାଙ୍ଗୀର: ଖାକିରେ ଲାଗିଲା ଦାଗ । ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ପୋଲିସ ବାବୁ। ବଲାଙ୍ଗୀର ମୁରିବାହାଲ ଥାନାର ଏସଆଇ ସରୋଜ ରଞ୍ଜନ ରଥ ବୁଧବାର ଏହି ମାମଲାରେ ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ, ମୁରିବାହାଲ ଥାନା ମିଳିତ ଭାବେ ଏସଆଇଙ୍କ ବଲାଙ୍ଗୀରସ୍ଥିତ ବେରେକ ଓ ଭବାନୀପାଟଣାସ୍ଥିତ ବାସଭବନରେ ଏକ କାଳୀନ ଚଢ଼ାଉ କରିଥିଲେ ।

ଭିଜିଲାନ୍ସ ହାତରେ ଲାଞ୍ଚୁଆ ପୋଲିସ ଏସଆଇ

ସୂଚନା ଅନୁସାରେ ମୁରିବାହାଲ ନିବାସୀ ସଞ୍ଜୀବ ପ୍ରଧାନଙ୍କ ସାନ ଭାଇ ନାଁରେ ଏହି ଥାନାରେ ଏକ ମାମଲା ଥିଲା । ତେବେ ଏହି ମାମଲାର ଚାର୍ଜସିଟ କୋହଳ କରିବା ପାଇଁ ଏସଆଇ 10 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସେପଟେ ପୀଡିତ ଜଣକ ଏହାର ଅଭିଯୋଗ ବଲାଙ୍ଗୀର ଭିଜିଲାନ୍ସ ପାଖରେ କରିବା ପରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଆଜି ବଲାଙ୍ଗୀର ବରଗଡ଼ ଓ ସମ୍ବଲପୁର ଭିଜିଲାନ୍ସ ବିଭାଗ ଟଙ୍କା ଲାଞ୍ଚ ନେଉଥିବାବେଳେ ଏସଆଇ ସରୋଜ ରଞ୍ଜନ ରଥଙ୍କୁ ଧରିଥିଲେ।

ବଲାଙ୍ଗୀରସ୍ଥିତ ତାଙ୍କ ବେରେକରୁ ପୋଲିସ 68 ହଜାର 9 ଶହ ଟଙ୍କା ଜବତ କରିଛି। ସେପଟେ ସବୁ ଅଭିଯୋଗକୁ ଅଭିଯୁକ୍ତ ଏସଆଇ ଅସ୍ବୀକାର କରିଥିବା ବେଳେ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିବା ନେଇ ସୂଚନା ଦେଇଛି ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.