ETV Bharat / state

ବିଧାୟକଙ୍କ ସମ୍ପର୍କୀୟର ଦାଦାଗିରି ନେଇ ଥାନା ଘେରାଉ

ବଲାଙ୍ଗୀରରେ ବିଧାୟକଙ୍କ ପରିବାର ସଦସ୍ୟ ଯୁବକଙ୍କ ଉନ୍ମତ୍ତକାଣ୍ଡକୁ ନେଇ ତେଜିଛି ରାଜନୀତି। ଆଜି ବଲାଙ୍ଗୀର ବିଜେଡି ନେତା ଓ ଶତାଧିକ ଲୋକେ ତାଙ୍କୁ ଗିରଫ କରିବାପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ...

vegitable vendor attacked by mla relative in balangir
ବିଧାୟକଙ୍କ ପରିବାର ସଦସ୍ୟ ଯୁବକଙ୍କ ଉନ୍ମୋତ୍ତକାଣ୍ଡକୁ ନେଇ ଥାନା ଘେରାଉ
author img

By

Published : Jan 15, 2021, 10:09 PM IST

ବଲାଙ୍ଗୀର: ବିଧାୟକଙ୍କ ପରିବାର ସଦସ୍ୟ ଯୁବକଙ୍କ ଉନ୍ମତ୍ତକାଣ୍ଡକୁ ନେଇ ତେଜୁଛି ରାଜନୀତି। ଆଜି ବଲାଙ୍ଗୀର ବିଜେଡି ନେତା ଓ ଶତାଧିକ ଲୋକେ ତାଙ୍କୁ ଗିରଫ କରିବାପାଇଁ ଦାବି କରିଛନ୍ତି ।

ବିଧାୟକଙ୍କ ପରିବାର ସଦସ୍ୟ ଯୁବକଙ୍କ ଉନ୍ମୋତ୍ତକାଣ୍ଡକୁ ନେଇ ଥାନା ଘେରାଉ

ବଲାଙ୍ଗିରର ବିଧାୟକଙ୍କ ପରିବାର ସଦସ୍ୟ ଯୁବକ ଚିକୁ ମିଶ୍ର ନିକଟରେ ଜଣେ ପନିପରିବା ବ୍ୟବସାୟୀଙ୍କୁ ଆକ୍ରମଣ କରିବା ସହ ତାଙ୍କ ଦୋକାନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ। ତେବେ ଏହି ଘଟଣା ପୋଲିସ ପାଖରେ ଯାଇ ପହଞ୍ଚିଥିବା ବେଳେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ ନ କରି ଛାଡି ଦେବାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ଏହା ସାଙ୍ଗକୁ ରାଜନୀତି ମଧ୍ୟ ଜୋର ଧରିଛି। ଯେଉଁଥିରେ ଆଜି ବଲାଙ୍ଗୀର ବିଜେଡି ଦଳ ଓ ସହରର ଶତାଧିକ ମହିଳା ଓ ଲୋକେ ସହର ମଧ୍ୟରେ ବିକ୍ଷୋଭ ଶୋଭାଯାତ୍ରା କରିଥିଲେ। ଏହା ପରେ ଟାଉନ ଥାନା ଘେରାଉ କରି ସମ୍ପୃକ୍ତ ଯୁବକ ଙ୍କୁ ଗିରଫ କରିବାର ଦାବି କରିଥିଲେ।

ସେପଟେ ବିଧାୟକଙ୍କ ପରିବାର ସଦସ୍ୟ ହୋଇଥିବାରୁ ପୋଲିସ ଚାପରେ ଆସି ତାଙ୍କୁ ଛାଡି ଦେଇଥିବାର ଏମାନେ ଅଭିଯୋଗ ଆଣିଛନ୍ତି। ଦୋଷୀକୁ ଉଚିତ ଦଣ୍ଡ ନ ମିଳିଲେ ଏମାନେ ଆଗକୁ ତୀବ୍ର ଆନ୍ଦୋଳନ କରିବେ ବୋଲି କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.