ETV Bharat / state

ଷ୍ଟେଟ ବ୍ୟାଙ୍କକୁ ବିରୋଧ, ଧାରଣାରେ ବସିଲେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ

author img

By

Published : Oct 18, 2019, 4:37 PM IST

ଏସବିଆଇ ବ୍ୟାଙ୍କର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଧାରଣାରେ ବସିଲେ ବଲାଙ୍ଗୀରର ପ୍ରାୟ 15ଟି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ।

ଧାରଣାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ

ବଲାଙ୍ଗୀର: ଏସବିଆଇ ଅଧିନରେ ଥିବା ସମସ୍ତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ଶୁକ୍ରବାର ବଲାଙ୍ଗୀର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏସବିଆଇ ବ୍ୟାଙ୍କର ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରାଯାଉଛି । ଏହାସହ ଏହି ଆନ୍ଦୋଳନ ଜରିଆରେ ବିଭିନ୍ନ ପ୍ରକାର ଦାବି କରାଯାଇଛି । ଦାବି ପୂରଣ ନହେଲେ ଆଗକୁ ସମଗ୍ର ଭାରତ ଗ୍ରାମ୍ୟବ୍ୟାଙ୍କ ବନ୍ଦ ଆନ୍ଦୋଳନରେ ସାମିଲ ହେବ ବୋଲି ଚେତାବନୀ ଦେଇଛନ୍ତି ଧାରଣାରେ ବସିଥିବା ବ୍ୟାଙ୍କ କର୍ମଚାରୀ ।

ଧାରଣାରେ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ

ଏହି ଧାରଣାରେ ଜିଲ୍ଲାର ସମର୍ଥିତ 15 ଟି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀମାନେ ସାମିଲ ହୋଇଛନ୍ତି । ତେବେ ଏମାନେ ଏସବିଆଇ ବ୍ୟାଙ୍କର ମନମୁଖୀ କାର୍ଯ୍ୟକଳାପକୁ ଘୋର ବିରୋଧ କରିଛନ୍ତି । ଏସବିଆଇ ବ୍ୟାଙ୍କ ସବୁ ସରକାରୀ ନିୟମକୁ ଉଲଙ୍ଘନ କରି ଗ୍ରାମ୍ୟ ବ୍ୟାଙ୍କ ଗୁଡିକୁ ନିଜ ମୁତାବକ ଚାଲିବାର ପ୍ରୟାସ କରୁଥିବାର ଏମାନେ ଅଭିଯୋଗ କରିଛନ୍ତି । ତେବେ ଆଗକୁ ଏମାନେ ରାଜ୍ୟ ସ୍ଥାରୀୟ ଆନ୍ଦୋଳନରେ ସାମିଲ ହେବା ସହ ସମଗ୍ର ଭାରତ ଗ୍ରାମ୍ୟ ବ୍ୟାଙ୍କ ବନ୍ଦ ଡାକରା ଦେବେ ବୋଲି ଆହ୍ବାନ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

Intro: ବଲାଂଗୀର ର ଏସବି ଆଇ ସ୍ପୋନ୍ସର୍ଡ ସବୁ ଗ୍ରାମ୍ୟ ବେଙ୍କ ର କର୍ମଚାରୀ ମାନେ ଆଜି ବଲାଂଗୀର ଗ୍ରାମ୍ୟ ବେଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଏବଂ ଏସବିଆଇ ବେଙ୍କ ମାନମୁଖୀ କାର୍ଯ୍ୟ କଳାପକୁ ବିରୋଧ କରିବା ସହ ଆଗକୁ ସମଗ୍ର ଭାରତ ଗ୍ରାମ୍ୟ ବେଙ୍କ ବନ୍ଦ ଆନ୍ଦୋଳନରେ ସାମିଲ ହେବାର କହିଛନ୍ତି ।

Body: ବଲାଂଗୀର ର ଏସବି ଆଇ ସ୍ପୋନ୍ସର୍ଡ ସବୁ ଗ୍ରାମ୍ୟ ବେଙ୍କ ର କର୍ମଚାରୀ ମାନେ ଆଜି ଉତ୍କଳ ଗ୍ରାମ୍ୟ ବେଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ଯେଉଁଥିରେ ଜିଲ୍ଲାର 15 ଟି ଷ୍ଟେଟ ବେଙ୍କ ସମର୍ଥିତ ସବୁ ଗ୍ରାମ୍ୟ ବେଙ୍କର କର୍ମଛରି ମାନେ ସାମିଲ ହୋଇଛନ୍ତି । ତେବେ ଏମାନେ ଏସବିଆଇ ବେଙ୍କର ମାନମୁଖୀ କାର୍ଯ୍ୟ କଳାପକୁ ଘୋର ବିରୋଧ କରିଛନ୍ତି । ଏବଂ ଏସବିଆଇ ବେଙ୍କ ସବୁ ସରକାରୀ ନିୟମକୁ ଉଲଂଘନ କରି ଗ୍ରାମ୍ୟ ବେଙ୍କ ଗୁଡିକୁ ନିଜ ମୁତାବକ ଚାଲିବାର ପ୍ରୟାସ କରୁଥିବାର ଏମାନେ ଅଭିଯୋଗ କରିଛନ୍ତି । ତେବେ ଆଗକୁ ଏମାନେ ରାଜ୍ୟ ସ୍ଥାରୀୟ ଆନ୍ଦୋଳନ ରେ ସାମିଲ ହେବା ସହ ଆଗକୁ ସମଗ୍ର ଭାରତ ଗ୍ରାମ୍ୟ ବେଙ୍କ ବନ୍ଦ ଆନ୍ଦୋଳନରେ ସାମିଲ ହେବେ ବୋଲି କହିଛନ୍ତି ।
ବାଇଟ ପୁଲିନ ବିହାରୀ ମିଶ୍ର ସମ୍ପାଦକ ଆର ଆରବୀ କର୍ମଚାରୀ ସଂଘ ବଲାଂଗୀର

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.