ETV Bharat / state

ଟାଙ୍ଗରା ଭୂମିକୁ ସବୁଜିମା କରାଇଲେ ଉପେନ୍ଦ୍ର ବାଗ, ସାଜିଲେ ବଲାଙ୍ଗୀରର ଗ୍ରୀନମ୍ୟାନ

author img

By ETV Bharat Odisha Team

Published : Aug 24, 2023, 9:46 PM IST

ଗଛ ପ୍ରେମୀ ଉପେନ୍ଦ୍ର ବାଗ । 19 ବର୍ଷ ଧରି ଟାଙ୍ଗରା ଭୁଇଁରେ ହଜାର ହଜାର ଗଛ ଲଗାଇ ପାଲଟିଛନ୍ତି ଉଦାହରଣ । ଅଧିକ ପଢନ୍ତୁ

ଗଛ ପ୍ରେମୀ ଉପେନ୍ଦ୍ର ବାଗ
ଗଛ ପ୍ରେମୀ ଉପେନ୍ଦ୍ର ବାଗ
19 ବର୍ଷ ଧରି ହଜାର ହଜାର ଗଛ ଲଗାଇ ଉଦାହରଣ ପାଲଟିଛନ୍ତି ଉପେନ୍ଦ୍ର

ବଲାଙ୍ଗୀର: ବୃକ୍ଷ ହିଁ ମଣିଷର ବନ୍ଧୁ । ପରିବେଶକୁ ସୁରକ୍ଷା ଦେଲେ ମଣିଷ ନିଜେ ସୁରକ୍ଷିତ ରହି ପାରିବ । ଏପରି ଚିନ୍ତାଧାରା ନେଇ ହଜାର ହଜାର ଗଛ ଲଗାଇ ଚାଲିଛନ୍ତି ବଲାଙ୍ଗୀରର ଗ୍ରୀନ ମ୍ୟାନ ଭାବେ ପରିଚିତ ଉପେନ୍ଦ୍ର ବାଗ । ସେ ରହନ୍ତି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହରରେ । ସେ ଦୀର୍ଘ 19 ବର୍ଷ ହେବ ଗଛ ଲଗାଇ ତାର ଯତ୍ନ ନେଇ ଆଜି ଅନେକ ଜଙ୍ଗଲ ସୃଷ୍ଟି କରି ପାରିଛନ୍ତି । ପେଶାରେ ସେ ଜଣେ ଶିକ୍ଷକ ହେଲେ ପ୍ରକୃତି ପ୍ରତି ତାଙ୍କର ଗଭୀର ପ୍ରେମ ଓ ଶ୍ରଦ୍ଧା ଆଜି ତାଙ୍କୁ ଏକ ଭିନ୍ନ ପରିଚୟ ଦେଇଛି । ନିଜ ରୋଜଗାରର 20 ପ୍ରତିଶତ ଅର୍ଥ ରାଶି ସେ କେବଳ ପ୍ରକୃତିର ସେବା ପାଇଁ ଖର୍ଚ୍ଚ କରିଥାଆନ୍ତି ।

ତାଙ୍କର ଅକ୍ଲାନ୍ତ ଉଦ୍ୟମରେ ଆଜି ଟାଙ୍ଗାରା ଭୂଇଁ ଥିବା ଅନେକ ଅଞ୍ଚଳ ସବୁଜିମାରେ ଭର୍ତ୍ତି ହୋଇଥିବା ସହରବାସୀ କହିଛନ୍ତି । ତେବେ ସେ ଗଛ ଲଗାଇ କିମ୍ବା ତାର ଯତ୍ନ ନେବା ସହ ଗାଁ ଗାଁ ବୁଲି ଲୋକଙ୍କୁ ସଚେତନ ମଧ୍ୟ କରନ୍ତି । ଏବଂ ଗଛ ବଞ୍ଚିଲେ ଆମେ ବଞ୍ଚିବା ବୋଲି ଲୋକଙ୍କୁ ଓ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ମଧ୍ୟ ଦିଅନ୍ତି ।

ଅଧିକ ପଢନ୍ତୁ: ଗଛ ପ୍ରେମୀ ଗଙ୍ଗାଧର, ୨୩ ବର୍ଷ ଧରି ହଜାର ହଜାର ଗଛ ଲଗାଇ ପାଲଟିଛନ୍ତି ଉଦାହରଣ

ଗ୍ରୀନ ମ୍ୟାନ ଉପେନ୍ଦ୍ର ବାଗ କହିଛନ୍ତି, "ଟିଟିଲାଗଡ଼ ସହର ଭାରତର ଏକ ଉତ୍ତପ୍ତ ସହର ଭାବରେ ପରିଗଣିତ ହୋଇ ଆସିଛି । ଏହାର ମୁଖ୍ୟ କାରଣ ଗଛଲତାର ଅଭାବ ବୋଲି ସେ ଅନୁଭବ କରିଥିଲେ । ସେହିପରି ପଥର ଓ ଟାଙ୍ଗାରା ପାହାଡ଼ର ସହର ଟିଟିଲାଗଡ଼ ଖରା ମାସରେ ତତାଲଗଡ଼ ପାଳିଟି ଥାଏ । ଯାହାକୁ ନେଇକୁ ନେଇ 2003 ମସିହାରେ ସେ ଟାଙ୍ଗରା ଭୂମିରେ ବୃକ୍ଷ ରୋପଣ ଆରମ୍ଭ କରିଥିଲେ । 570 ଫୁଟ ଉଚ୍ଚ କୁମୁଡା ପାହଡ଼କୁ ଚଢ଼ିବା ସହ ପ୍ରତି ବର୍ଷ ହଜାର ହଜାର ଗଛ ଲଗାଇବା ଆରମ୍ଭ କରିଥିଲେ । ଫଳ ସ୍ୱରୂପ ଟିଟିଲାଗଡ଼ ର ସେହି ଟାଙ୍ଗାରା କୁମୁଡା ପାହାଡ଼ ଏବେ ସବୁଜ ନିଳିମାରେ ଭର୍ତ୍ତି ହୋଇ ଯାଇଛି ।"

କୁମୁଡା ପାହାଡ଼ ସୁରକ୍ଷା ସମିତି: ଉପେନ୍ଦ୍ର ବାଗ 2011 ମସିହାରେ କୁମୁଡା ପାହାଡ଼ ସୁରକ୍ଷା ସମିତି ନାଁରେ ଏକ ସଂଗଠନ ଆରମ୍ଭ କରିଥିଲେ। କାହାର ସହଯୋଗ ଆଶା ବିନା ସେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ । ଏବେ ସେହି ଯାତ୍ରାରେ ଯୋଡି ହୋଇଛନ୍ତି ଶତାଧିକ ଲୋକ । ବିଭିନ୍ନ ସ୍ଥାନରେ ଗଛ ଲଗାଇବା ସହ ଏହାର ଯତ୍ନ ନେଉଛି ଏହି ସଂଗଠନ ।

ଗ୍ରୀନ ମ୍ୟାନ ଓ ପ୍ରକୃତି ବନ୍ଧୁ ପୁରସ୍କାର: ତେବେ ତାଙ୍କର ଏହି ମହତ ଉଦ୍ୟମ ଓ କାମରେ ସରକାର ତାଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗ । ଏହାସହ ରାଜ୍ୟର ବିଭିନ୍ନ ସମାଜିକ ସଂଗଠନ ତାଙ୍କୁ ବିଭିନ୍ନ ପୁରସ୍କାରରେ ସମ୍ମାନିତ କରିଛନ୍ତି । ତାଙ୍କର ଏହି କାର୍ଯ୍ୟରେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ତାଙ୍କୁ ସହଯୋଗ କରିବା ସହ ସହାୟତା ମଧ୍ୟ ଯୋଗାଇ ଦେଇ ଆସୁଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.