ETV Bharat / state

22ରେ ବଲାଙ୍ଗୀର ଆସିବେ ରେଳମନ୍ତ୍ରୀ, ଜିଲ୍ଲା ବିଜେପିର ବୈଠକ - ଆସନ୍ତା 22 ଅଗଷ୍ଟରେ ବଲାଙ୍ଗୀର ଗସ୍ତରେ ଆସିବେ କେନ୍ଦ୍ର ରେଳମନ୍ତ୍ରୀ

ଆସନ୍ତା 22 ଅଗଷ୍ଟରେ ବଲାଙ୍ଗୀର ଗସ୍ତରେ ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏ ନେଇ ଗତକାଲି(ସୋମବାର) ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅଧିକ ପଢନ୍ତୁ...

ଆସନ୍ତା 22 ଅଗଷ୍ଟରେ ବଲାଙ୍ଗୀର ଗସ୍ତରେ ଆସିବେ କେନ୍ଦ୍ର ରେଳମନ୍ତ୍ରୀ

author img

By

Published : Aug 17, 2021, 9:41 AM IST

ବଲାଙ୍ଗୀର: ଆସନ୍ତା 22 ଅଗଷ୍ଟରେ ବଲାଙ୍ଗୀର ଗସ୍ତରେ ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏ ନେଇ ଗତକାଲି(ସୋମବାର) ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ତେବେ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କଳାହାଣ୍ଡିରୁ ବଲାଙ୍ଗୀର ଆସି 9 ଟି ବିଭିନ୍ନ ସ୍ଥାନରେ ତାଙ୍କର କାର୍ଯ୍ୟକ୍ରମ ରହିଥିବାର ସୂଚନା ରହିଛି । ଯେଉଁଥିରେ ସେ ପ୍ରଥମେ ବଲାଙ୍ଗୀର ଲୁଥୁର ବନ୍ଦ ଗ୍ରାମରୁ ନିଜର ଗସ୍ତ କାର୍ଯ୍ୟକ୍ରମ ଆରମ୍ଭ କରି ପରେ ଟିଟିଲାଗଡ, ହଳଦୀ, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି, ବେଲପଡ଼ା, ପାଟଣାଗଡ଼ ଚୁଡ଼ା ପାଲି ଏବଂ ଶେଷରେ ବଲାଙ୍ଗୀର ସହର ମଧ୍ୟରେ ତାଙ୍କର କାର୍ଯ୍ୟକ୍ରମ ରହିଛି।

ଆସନ୍ତା 22 ଅଗଷ୍ଟରେ ବଲାଙ୍ଗୀର ଗସ୍ତରେ ଆସିବେ କେନ୍ଦ୍ର ରେଳମନ୍ତ୍ରୀ

ତେବେ ‘କେନ୍ଦ୍ରମନ୍ତ୍ରୀଙ୍କ ଗାଁକୁ ଚାଲ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଜନ ଜାଗରଣ ଯାତ୍ରାରେ ଏହି ସବୁ କାର୍ଯ୍ୟକ୍ରମ ଥିବାର ବିଜେପି କହିଛି। ସେହିପରି ସେ ଏଥିରେ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ଲୋକଙ୍କ ସମସ୍ୟା ବୁଝିବେ ବୋଲି ବିଜେପି କହିଛି। ସମାନ ଭାବରେ ତାଙ୍କର ଏହି ଗସ୍ତ ଦ୍ବାରା ବଲାଙ୍ଗୀର ଜିଲ୍ଲାର ବିକାଶ ହେବ ବୋଲି ବିଜେପି ସୂଚନା ଦେଇଛି।

ଅନ୍ୟପଟେ ମନ୍ତ୍ରୀଙ୍କ ଏହି ଗସ୍ତରେ ବଲାଙ୍ଗୀର ଜିଲ୍ଲାର ବହୁଦିନର ଦାବି ଯେପରିକି ବଲାଙ୍ଗୀର ଖୋର୍ଦ୍ଧା ରେଳ ପଥ ସମ୍ପୂର୍ଣ କରିବା ଓ କଣ୍ଟାବାଞ୍ଜିଠାରେ ରେଳ ୱାଗନ କାରଖାନା ଦାବି ଉପରେ ମନ୍ତ୍ରୀ କଣ କହିବେ ତାକୁ ନେଇ ସସ୍ତଙ୍କର ନଜର ରହିବ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.