ETV Bharat / state

ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ, ଦୁଇ ଯୁବକ ଗୁରୁତର

author img

By

Published : May 16, 2022, 10:51 PM IST

ଟ୍ରେନ ଛାତ ଉପରକୁ ଚଢ଼ି ସେଲ୍ଫି ନେବା ହେଲା କାଳ, ଦୁଇ ଯୁବକ ଗୁରୁତର । ବଲାଙ୍ଗୀର ଲୋଇସିଂହା ରେଳଷ୍ଟେସନରେ ଏହି ଘଟଣା ଘଟିଛି । ଅଧିକ ପଢନ୍ତୁ

ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ, ଦୁଇ ଯୁବକ ଗୁରୁତର
ଟ୍ରେନ ଉପରେ ଚଢ଼ି ସେଲ୍ଫି ନେବା ହେଲା କାଳ, ଦୁଇ ଯୁବକ ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଟ୍ରେନ ଛାତ ଉପରକୁ ଚଢ଼ି ସେଲ୍ଫି ନେବା ହେଲା କାଳ, ଦୁଇ ଯୁବକ ଗୁରୁତର । ବଲାଙ୍ଗୀର ଲୋଇସିଂହା ରେଳଷ୍ଟେସନରେ ଏହି ଘଟଣା ଘଟିଛି । ସୋନପୁର ଜିଲ୍ଲା ଖାରି ଗ୍ରାମର ଯୁବକ ଦୀପକ ମେହେର ଓ ତାଙ୍କ ସାଙ୍ଗ ବଲାଙ୍ଗୀର ନଅ ଗାଁର ବିକାଶ ମେହେର ଏଥିରେ ଗୁରୁତର ହୋଇଛନ୍ତି ।

ତେବେ ଏହି ଦୁଇଜଣ ଷ୍ଟେସନରେ ଅଟକି ଥିବା ଟ୍ରେନ ଛାତକୁ ଚଢ଼ି ସେଲ୍ଫି ନେଉଥିଲେ । ଏହି ସମୟରେ ଟ୍ରେନ ଉପରେ ଯାଇଥିବା ହାଇ ଭୋଲ୍ଟେଜ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯାଇଥିଲେ । ଫଳରେ ଦୁଇ ଜଣ ଯୁବକ ଗୁରୁତର ଭାବରେ ତଳେ ପଡ଼ିଯାଇଥିଲେ । ସେପଟେ ସ୍ଥାନୀୟ ଜିଆରପି ଓ ଆରପିଏଫ୍ ପୋଲିସ୍ ଉଭୟଙ୍କୁ ଉଦ୍ଧାର କରି ଲୋଇସିଂହା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେପଟେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାବେଳେ ତାଙ୍କୁ ବୁର୍ଲା ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.