ବଲାଙ୍ଗୀର: ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ଦୁଇ ମହିଳାଙ୍କ ମୃତ୍ୟୁ । ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ବୁଢ଼ା ବାହାଳ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ତେବେ ଏହି ଗ୍ରାମର ଏକ ବିଲରେ କପା ଚାରା ଲଗାଇଥିବା ବେଳେ ବଜ୍ରପାତ ହୋଇଥିଲା । ଯେଉଁଥିରେ ବିଲରେ କାମ କରିଥିବା ଦୁଇ ମହିଳା ଅସଲି ଚନ୍ଦନ ଓ ଲକ୍ଷ୍ମୀ ଖମରୀ ଗୁରୁତର ହୋଇଥିଲେ ।
ସେପଟେ ଦେଓଗାଁ ବନ୍ଦପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜକୁ ଆଣିଥିଲେ । ତେବେ ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲା । ତେବେ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହକୁ ହସ୍ତାନ୍ତର କରାଯାଇଛି । ସେପଟେ ମୃତ ମହିଳାଙ୍କ ପରିବାର ଲୋକଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଲୋକେ ଦାବି କରିଛନ୍ତି ।