ETV Bharat / state

ଟ୍ରାଫିକ ପୋଲିସଙ୍କ ମହାନତା, ଦୁର୍ଘଟଣାଗ୍ରସ୍ତ ଶିଶୁକୁ କଲେ ଉଦ୍ଧାର

author img

By

Published : Feb 18, 2021, 6:52 PM IST

ଦୁର୍ଘଟଣାରେ ଆହତ ଶିଶୁକୁ ଉଦ୍ଧାର କରି ଚିକିତ୍ସା କରାଇଲେ କାର୍ଯ୍ୟରତ ଦୁଇ ଟ୍ରାଫିକ ପୋଲିସ । ବଲାଙ୍ଗୀର ସହର ପାଟଣା ହୋଟେଲ ଟ୍ରାଫିକ ପୋଷ୍ଟ ନିକଟରେ ଘଟିଥିଲା ଦୁର୍ଘଟଣା । ଅଧିକ ପଢନ୍ତୁ...

ଟ୍ରାଫିକ ପୋଲିସଙ୍କ ମହାନତା, ଦୁର୍ଘଟଣାଗ୍ରସ୍ତ ଶିଶୁକୁ କଲେ ଉଦ୍ଧାର
ଟ୍ରାଫିକ ପୋଲିସଙ୍କ ମହାନତା, ଦୁର୍ଘଟଣାଗ୍ରସ୍ତ ଶିଶୁକୁ କଲେ ଉଦ୍ଧାର

ବଲାଙ୍ଗୀର: ଟ୍ରାଫିକ ପୋଲିସଙ୍କ ମହାନତା । ଦୁର୍ଘଟଣାରେ ଆହତ ଶିଶୁକୁ ଉଦ୍ଧାର କରି ଚିକିତ୍ସା କରାଇଲେ କାର୍ଯ୍ୟରତ ଦୁଇ ଟ୍ରାଫିକ ପୋଲିସ । ଗୁରୁବାର ବଲାଙ୍ଗୀର ସହର ପାଟଣା ହୋଟେଲ ଟ୍ରାଫିକ ପୋଷ୍ଟ ନିକଟରେ ଘଟିଥିବା ଦୁର୍ଘଟଣାରେ ଶିଶୁଟି ଆହତ ହୋଇଥିଲା । ତେବେ ଦିନକୁ ଦିନ ମଣିଷ ପଣିଆ ହଜିଯାଉଥିବାବେଳେ ଦୁଇ ଟ୍ରାଫିକ ପୋଲିସଙ୍କ ଏଭଳି ମହତ କାର୍ଯ୍ୟ ପାଇଁ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି ।

ସୂଚନାଯୋଗ୍ୟ, ଗୋଟିଏ ବାଇକରେ ବଲାଙ୍ଗୀର ଭୂତିଆର ବାହାଲ ଗ୍ରାମର ସୂର୍ଯ୍ୟ ମହାକୁଡ ତାଙ୍କ ପରିବାର ସହ ପୁଇନ୍ତଲା ଗ୍ରାମକୁ ଯାଉଥିଲେ । ସେହି ସମୟରେ ପାଟଣା ହୋଟେଲ ଟ୍ରାଫିକ ପୋଷ୍ଟ ନିକଟରେ ଆଉ ଏକ ବାଇକ ସହ ତାଙ୍କ ଗାଡିଟି ଧକ୍କା ହୋଇଥିଲା । ଯେଉଁଥିରେ ବ୍ୟକ୍ତିଙ୍କ 3 ବର୍ଷର ଶିଶୁକନ୍ୟାଟି ଆହତ ହୋଇଥିଲା ଏବଂ ଯନ୍ତ୍ରଣାରେ କାନ୍ଦୁଥିଲା । ତେବେ ସ୍ଥାନଟି ସହରର ମୁଖ୍ୟ ପେଣ୍ଠସ୍ଥଳି ହୋଇଥିବାବେଳେ ଦୁର୍ଘଟଣାସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ମାତ୍ର କୌଣସି ବି ଲୋକ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିନଥିଲେ । ଏହି ସମୟରେ ସେଠାରେ କାର୍ଯ୍ୟରତ ଥିବା ଦୁଇ ଟ୍ରାଫିକ ପୋଲିସ ଅସିତ ପଣ୍ଡା ଓ ଜୟନ୍ତୀ ସୁନା ସମୟ ବିଳମ୍ବ ନ କରି ଓ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ଶୀଘ୍ର ଶିଶୁଟିକୁ ଉଦ୍ଧାର କରିଥିଲେ ଏବଂ ଭୀମଭୋଇ ମେଡିକାଲ କଲେଜରେ ପହଞ୍ଚି ଚିକିତ୍ସା କରାଇଥିଲେ । ଝିଅଟିର ଚିକିତ୍ସା ପରେ ସେମାନେ ତା' ବାପାମାଆଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏହି ଘଟଣା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.