ବଲାଙ୍ଗୀର: ଦୁଇ ଭଉଣୀ ନଦୀକୁ ଡେଇଁ ନିଖୋଜ ଘଟଣାର ଦୁଇ ଦିନ ପରେ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗୀର ଗତ 15 ତାରିଖରେ ଗୁଭେଲାର ରାମ ଅବତାର ଅଗ୍ରୱାଲଙ୍କ ଦୁଇ ଝିଅ ତଥା ଦୁଇ ଭଉଣୀ ତୁଷୁରା ଧାନ ଘରା ତେଲ ନଦୀ ବ୍ରିଜ ଉପରୁ ଡେଇଁ ନିଖୋଜ ହୋଇ ଯାଇଥିଲେ ।
ତେବେ ଶନିବାର ଦୁଇ ଦିନ ପରେ ଦୁଇ ଭଉଣୀଙ୍କ ମୃତଦେହ ପୃଥକ୍ ପୃଥକ୍ ସ୍ଥାନରୁ ଉଦ୍ଧାର କରାଯାଇଛି । ଆଜି ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବଡ଼ ତେଣ୍ଡା ଗ୍ରାମ ତେଲ ନଦୀରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପରିବାର ଲୋକେ ଚିହ୍ନଟ ପରେ ତାହା ସାନ ଝିଅ ଅଞ୍ଚଳ ଅଗ୍ରୱାଲ ବୋଲି ଜଣାପଡିଥିଲା ।
ସେହିପରି ବୌଦ୍ଧ ଜିଲ୍ଲା ବାଉଁସୁନି ମହାନଦୀ କୂଳରେ ଆଉ ଜଣେ ଯୁବତୀର ମୃତଦେହ ମିଳିଥିବା ବେଳେ ତାହା ବଡ଼ ଝିଅ ଅନ ମୋଲ୍ ଅଗ୍ରୱାଲ ବୋଲି ଜଣାପଡିଛି । ତେବେ ମୃତ୍ୟୁକୁ ନେଇ ତାଙ୍କ ପରିବାର ଲୋକେ ମୁହଁ ଖୋଲୁ ନ ଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ସବୁ ତଥ୍ୟ ସାମ୍ମନାକୁ ଆସିବ ବୋଲି ଜଣାପଡୁଛି ।
ବଲାଙ୍ଗୀରରୁ ସେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ