ETV Bharat / state

ପୁରୁଣା ଫାଇଲ ଖୋଲିଲା ପୋଲିସ; 200 ଅଭିଯୁକ୍ତ ଗିରଫ - 200 culprit arrested

ଜିଲ୍ଲା ପୋଲିସକୁ ସଫଳତା । ବଲାଙ୍ଗୀର ଜିଲ୍ଲାରେ ବହୁ ପୁରୁଣା ଅପରାଧ ମାମଲାରେ ଥିବା 200 ଅଭିଯୁକ୍ତଙ୍କୁ ଗିରଫ କରିଛି ଜିଲ୍ଲା ପୋଲିସ । ଅଧିକ ପଢନ୍ତୁ...

ଜିଲ୍ଲା ପୋଲିସକୁ ସଫଳତା
ଜିଲ୍ଲା ପୋଲିସକୁ ସଫଳତା
author img

By

Published : Mar 17, 2021, 9:56 AM IST

ବଲାଙ୍ଗୀର: ଆକ୍ସନ ମୁଡରେ ବଲାଙ୍ଗୀର ପୋଲିସ । ପୁରୁଣା ୱାରେଣ୍ଟରେ 200 ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ।

ପୁରୁଣା ଫାଇଲ ଖୋଲିଲା ପୋଲିସ

ଗିରଫ 200 ଅଭିଯୁକ୍ତ ଜିଲ୍ଲାରେ ବିଭିନ୍ନ ଅପରାଧ ଘଟାଇ ଫେରାର ଥିଲେ । ହତ୍ୟା, ଲୁଟ ଡ଼କାୟତି ମରଣାନ୍ତକ ଆକ୍ରମଣ ଭଳି ସଙ୍ଗୀନ ଅପରାଧରେ ଜଡ଼ିତ ଥିଲେ । ଜିଲ୍ଲା ପୋଲିସ ଗତ ସାତ ତାରିଖରୁ ଏକ ସ୍ବତନ୍ତ୍ର ଡ୍ରାଇଭ କରି ଏମାନଙ୍କୁ ଧରିବାରେ ସଫଳ ହୋଇଛି ।

ଦୀର୍ଘ ଦିନରୁ ଏମାନେ ଫେରାର ଥିବା ବେଳେ ଜିଲ୍ଲା ପୋଲିସ ସବୁ ପୁରୁଣା ଫାଇଲକୁ ଖୋଲି ସମସ୍ତ ଅଭିଯୁକ୍ତଙ୍କୁ କାବୁ କରିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆଗକୁ ମଧ୍ୟ ପୁରୁଣା ଅପରାଧରେ ଜଡ଼ିତ ଥିବା ଅପରାଧୀମାନଙ୍କୁ ଧରାଯିବ ବୋଲି ପୋଲିସ ସୂଚନା ଦେଇଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.