ETV Bharat / state

ନିଶା ଦେଇ ଘର ମାଲିକଙ୍କୁ ବ୍ଲାକ ମେଲ୍ ଘଟଣା, ଯୁବକ ଯୁବତୀଙ୍କୁ ବାନ୍ଧିଲା ପୋଲିସ

author img

By

Published : Sep 11, 2022, 8:03 AM IST

ନିଶା ଦେଇ ଘର ମାଲିକଙ୍କୁ ବ୍ଲାକ ମେଲ୍ । ମାଲିକଙ୍କ ସହ ଅଶ୍ଳୀଳ ଭିଡିଓ ଉଠାଇବା ପରେ ବ୍ଲାକମେଲ କରି ଲୁଟୁଥିଲେ। ଏହି ଘଟଣାରେ ପୋଲିସ 2 ଜଣଙ୍କୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ରାକେଟକୁ ଧରିବାକୁ ପୋଲିସ ଚଳାଇଛି ତଦନ୍ତ। ଅଧିକ ପଢ଼ନ୍ତୁ

ନିଶା ଦେଇ ଘର ମାଲିକଙ୍କୁ ବ୍ଲାକ ମେଲ୍ ଘଟଣା :  2 ଗିରଫ

ବଲାଙ୍ଗୀର: ସହରର ଜଣେ ଘର ମାଲିକଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ଉଠାଇବା ଓ ପରେ ବ୍ଲାକମେଲ ଘଟଣା ପଛରେ ରହିଛି ଏକ ରାକେଟ । ଏହି ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରିବାସହ ଅନ୍ୟ ଦୁଇଜଣ ଫେରାର୍ ଥିବା ପୋଲିସ କହିଛି । ତେବେ ଏନେଇ ସ୍ଥାନୀୟ ଲୋକଙ୍କୁ ପୋଲିସ୍ ସଚେତନ ରହିବା ପାଇଁ ମଧ୍ୟ କହିଛି ।

ସୂଚନାନୁସାରେ ବଲାଙ୍ଗୀର ସହରସ୍ଥିତ ଶାଗରପଡ଼ାର ଶ୍ୟାମ ସୁନ୍ଦର ମିଶ୍ର ନିଜ ଖାଲିଥିବା ଘରକୁ ଭଡ଼ା ସୂତ୍ରରେ ଦେବାକୁ ଫେସବୁକରେ ବିଜ୍ଞାପନ ଦେଇଥିଲେ। ଏହାଦେଖି ଏଥିରେ ତାଙ୍କୁ ଜଣେ ଯୁବତୀ ଲଳିତା ବାରିକ ଭଡ଼ା ନେବା ପାଇଁ ଯୋଗାଯୋଗ କରିଥିଲେ। ଏହାସହ ତାଙ୍କର ଜଣେ ପୁରୁଷ ବନ୍ଧୁ ନିଜକୁ ଭାଇଭଉଣୀର ପରିଚୟ ଦେଇ ଗତ ଅଗଷ୍ଟ ପାଞ୍ଚ ତାରିଖରୁ ଘରେ ରହିଥିଲେ । ଗତ ଅଗଷ୍ଟ 9 ତାରିଖରେ ଘରେ ତାଙ୍କ ଘର ମାଲିକ ଶ୍ୟାମ ସୁନ୍ଦର ମିଶ୍ର ଏକା ଥିବାବେଳେ ତାଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ଯୁବତୀ ଲଳିତା ବାରିକ ତାଙ୍କସହ ଏକ ଅଶ୍ଳୀଳ ଭିଡିଓ ତିଆରି କରିଥିଲେ । ଘରମାଲିକ ଚେତା ଫେରିବା ପରେ ସମ୍ପୃକ୍ତ ଭିଡିଓ ଭାଇରାଲ କରିବା ଧମକ ଦେଇ ତାଙ୍କ ଠାରୁ ବାରମ୍ବାର ଟଙ୍କା ଆଦାୟ କରୁଥିଲେ ।

ଯେଉଁଥିରେ ଘର ମାଲିକ ତାଙ୍କୁ ତିନି ଲକ୍ଷ ଟଙ୍କା ଦେଇଥିବା ବେଳେ ସେମାନେ ଆହୁରି ଟଙ୍କା ଦାବି କରୁଥିଲେ। ତେବେ ଏଥିରେ ଚାପଗ୍ରସ୍ତ ହୋଇ ଶ୍ୟାମ ସୁନ୍ଦର ମିଶ୍ର ଘର ଛାଡ଼ି ନିଖୋଜ ହୋଇଯାଇଥିଲେ । ଏନେଇ ଶ୍ୟାମ ସୁନ୍ଦରଙ୍କ ପରିବାର ଲୋକେ ଏକ ନିଖୋଜ ଖବର ବଲାଙ୍ଗୀର ଟାଉନ ପୋଲିସ ପାଖରେ ଦେଇଥିଲେ । କିଛି ଦିନ ପରେ ନିଖୋଜ ଥିବା ଘର ମାଲିକ ପୁଣି ଘରକୁ ଫେରି ସବୁ କଥା ଘର ଲୋକଙ୍କୁ ଓ ପରେ ପୋଲିସ୍ ପାଖରେ ଲିଖିତ ଭାବରେ ଜଣାଇଥିଲେ । ସେପଟେ ବଲାଙ୍ଗୀର ଟାଉନ ପୋଲିସ ଏହାର ତଦନ୍ତ କରି ଏଥିରେ ସମ୍ପୃକ୍ତ ଥିବା ତରଭାର ଯୁବତୀ ଲଳିତା ବାରିକ ଓ ତାଙ୍କ ସହଯୋଗୀ ବିଶ୍ଵାମିତ୍ର ନାଏକକୁ ଗିରଫ କରିଛି ।

ସେମାନଙ୍କ ଠାରୁ ଏକ ଲକ୍ଷ ପାଞ୍ଚ ହଜାର ଟଙ୍କା, ମୋବାଇଲ୍ ଓ ଅଶ୍ଳୀଳ ଭିଡିଓ ଜବତ କରିଛି । ତେବେ ଏହି ଦୁଇଜଣଙ୍କର ଏକ ରାକେଟ ଥିବା ବେଳେ ଏମାନେ ଆଗରୁ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଏଭଳି କାଣ୍ଡ ଭିଆଇଥିବାର ପୋଲିସ୍ କହିଛି । ଏଥିରେ ଆଉ ଦୁଇଜଣ ସମ୍ପୃକ୍ତ ଥିବା ବେଳେ ସେମାନେ ଏବେ ଫେରାର ଥିବାର ପୋଲିସ୍ କହିଛି ।

ଆଜିକାଲି ଫେସବୁକ୍, ହ୍ବାଟସଆପ ତଥା ଅନ୍ୟ ସାମାଜିକ ଗଣମାଧ୍ୟମର ବ୍ୟବହାର କରି ଏହିଭଳି ରାକେଟ ଲୋକଙ୍କୁ ବ୍ଲାକମେଲ କରୁଥିବାର ପୋଲିସ୍ କହିଛି । ସମାନ ଭାବରେ ନିକଟରେ ବଲାଙ୍ଗୀରର ଜଣେ ବ୍ୟାଙ୍କ କର୍ମଚାରୀ ମଧ୍ୟ ଏହି ଘଟଣାରେ ଫସି ଆତ୍ମହତ୍ୟା କରିଥିବାର ପୋଲିସ୍ ସୂଚନା ଦେଇଛି । ତେଣୁ ଲୋକଙ୍କୁ ଏଥିପ୍ରତି ସଚେତନ ରହିବା ସହ କୌଣସି ଏଭଳି ଅଘଟଣ ଘଟିଲେ ତାକୁ ନଲୁଚାଇ ତୁରନ୍ତ ପୋଲିସ୍ ପାଖରେ ଅଭିଯୋଗ କରନ୍ତୁ ଓ ପୋଲିସ୍ ନିଶ୍ଚୟ ଏଥିରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.