ବଲାଙ୍ଗୀର: ଶୁକ୍ରବାର ବଲାଙ୍ଗୀରରେ ଏକ ଅଜଣା ଗାଡ଼ି ଏକ ବାଇକକୁ ଧକ୍କା ଦେବା ଫଳରେ ବାଇକରେ ଥିବା ଦୁଇ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି। ବଲାଙ୍ଗୀର ଖପ୍ରାଖୋଲ ପଟୁ ବାଇକରେ ଦୁଇ ଜଣ ପାଟଣାଗଡ଼ ଆସୁଥିବା ବେଳେ ଝାର ବନ୍ଦ ନିକଟରେ ଏକ ଗାଡ଼ି ତାଙ୍କ ବାଇକ ଧକ୍କା ଦେଇ ଫେରାର ହୋଇ ଯାଇଥିଲା।
ସେପଟେ ଏଥିରେ ଦୁଇ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବାବେଳେ ପାଟଣାଗଡ ପୋଲିସ୍ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲା। ଯେଉଁଠି ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଏହି ମାମଲାରେ ପୋଲିସ ଅଧିକ ତଦନ୍ତ କରୁଥିବା ବେଳେ ମୃତକ ଦୁଇ ଜଣ ପାଟଣା ଗଡ ଘୁନ୍ ଘୁଟି ପାଳିତ ଦାମୋଦର ସେଠ୍ ଓ ଈଶ୍ବର ବରଲେବେଡିଆ ବୋଲି ପରିଚୟ ମିଳିଛି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ