ବଲାଙ୍ଗୀର: ନ୍ୟାୟ ଦାବିରେ ବଲାଙ୍ଗୀର ଜିଲ୍ଲାରେ ଆଦିବାସୀ କଲ୍ୟାଣ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛି । ଆଦିବାସୀଙ୍କୁ ଆକ୍ରମଣ, ଅତ୍ୟାଚାର ବଢିଥିବାବେଳେ ପୋଲିସ ନୀରବ ଥିବାର ଅଭିଯୋଗ କରି ଆନ୍ଦୋଳନ କରିଥିବା ସୂଚନା ।
କିଛିଦିନ ତଳେ ହରଦାଟାଲ ଗ୍ରାମରେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ମାଡ ମାରିବା, ଦେଓର ଗ୍ରାମର ଜଣେ ଆଦିବାସୀ ବ୍ୟକ୍ତିଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିବା ଏବଂ ସେହି ଗ୍ରାମରେ ଜଣେ ଆଦିବାସୀ ପରିବାରକୁ ବାସନ୍ଦ କରାଯାଇଥିଲା । ଏନେଇ ଥାନାରେ ଅଭିଯୋଗ କରାଯାଇଥିବା ସତ୍ତ୍ବେ ପୋଲିସ ଚୁପ୍ ରହିଥିବା ଆଦିବାସୀମାନେ ଅଭିଯୋଗ କରିଛନ୍ତି ।
ତେବେ ଏ ଦିଗରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଶୀଘ୍ର ନ୍ୟାୟ ଦାବି କରିଛନ୍ତି ଆନ୍ଦୋଳନକାରୀ ଆଦିବାସୀ କଲ୍ୟାଣ ସଙ୍ଘ । ଯଦି ତୁରନ୍ତ ଅଭିଯୋଗ ଶୁଣା ନ ଯାଏ ତାହେଲେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ