ETV Bharat / state

ଜନ୍ମମାଟିରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

author img

By

Published : Jun 9, 2021, 10:35 PM IST

ଦୁର୍ଘଟଣା ଘଟି ସହିଦ ହେଲେ ଯବାନ । ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଅନ୍ତିମ ସଂସ୍କାର କଲେ ପରିବାର ଲୋକେ । ଅଧିକ ପଢନ୍ତୁ...

ଜନ୍ମମାଟିରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ
ଜନ୍ମମାଟିରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

ବଲାଙ୍ଗୀର: ଗୌହାଟୀରେ ଜଣେ ବୀର ସୈନିକ ସହିଦ ହୋଇଥିବାବେଳେ ଆଜି ତାଙ୍କର ପାର୍ଥିବ ଶରୀର ନିଜ ଜନ୍ମ ମାଟି ଗାଆଁରେ ଆସି ପହଞ୍ଚିଛି । ଏବଂ ସେଠାରେ ହଜାର ହଜାର ଲୋକଙ୍କ ମଧ୍ୟରେ ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହୋଇଛି ଅନ୍ତିମ ସଂସ୍କାର । ବଲାଙ୍ଗୀର କରମତୁଲା ପଞ୍ଚାୟତର ଗୁରୁମନି ଗ୍ରାମର ଥବିର ବୁଡେକ ଗତ 2010ରୁ ଭାରତୀୟ ବି ଏସ ଏଫ୍ ରେ ଯବାନ ଭାବେ କାର୍ଯ୍ୟରତ ରହି ଦେଶର ସେବା କରି ଆସୁଥିଲେ ।

ଜନ୍ମମାଟିରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳୀ

ତେବେ ଗତ 5 ଜୁନ ତାରିଖରେ ସେ ନିଜ ଉଚ୍ଚ ଅଧିକାରୀଙ୍କ ସହ ଆସାମର କୌଣସି ସ୍ଥାନରୁ ଫେରୁଥିବାବେଳେ ତାଙ୍କର ଗାଡ଼ି ଗୌହାଟୀ ନିକଟରେ ଏକ ନଦୀକୁ ଗାଡ଼ିଟି ଖସି ପଡିଥିଲା । ଘଟଣାସ୍ଥଳରେ ଯବାନ ଥବିର୍ ବୁଡ଼େକ ସହିଦ ହୋଇଥିଲେ । ବୁଧବାର ତାଙ୍କର ପାର୍ଥିବ ଶରୀର ବଲାଙ୍ଗୀରସ୍ଥିତ ଜନ୍ମ ମାଟିରେ ଆସି ପହଞ୍ଚିଛି । ଏବଂ ଏହି ଖବର ପ୍ରଚାର ହେବାପରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ସହିଦଙ୍କ ଶେଷ ଦର୍ଶନ କରିବା ତଥା ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଓଡ଼ିଶା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ମଧ୍ୟ ପହଞ୍ଚି ଥିଲେ । ଏବଂ ଶୋକ ସନ୍ତପ ପରିବାରକୁ ଆଶ୍ବାସନା ଦେଇଛନ୍ତି ।

ଅନ୍ୟପଟେ ସହିଦଙ୍କ ପରିବାର ଜଣେ ସଦସ୍ୟଙ୍କୁ ହରାଇ ଭାଙ୍ଗି ପଡ଼ିଥିବାବେଳେ ତାଙ୍କ ପତ୍ନୀ ଆଗକୁ ପରିବାର ପୋଷଣ ଓ ଶିଶୁ ଦୁଇଙ୍କର ଲାଳନ ପାଳନ ପାଇଁ ସରକାରୀ ସହାୟତା ଦେବାକୁ ଦାବି କରିଛନ୍ତି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.