ETV Bharat / state

ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ବିରାଟ ଆନ୍ଦୋଳନ - ବଲାଙ୍ଗୀରରେ ଆଦିବାସୀଙ୍କ ଆନ୍ଦୋଳନ

ବଲାଙ୍ଗୀରରେ ଆଦିବାସୀଙ୍କ ଆନ୍ଦୋଳନ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦିଆଯାଇ ନ ଥିବାକୁ ନେଇ ଗର୍ଜିଲେ ଆଦିବାସୀ। ସରକାର ତୁରନ୍ତ ସଂଶୋଧନ କରି ଆଦିବାସୀଙ୍କୁ ସୁଯୋଗ ଦେବା ପାଇଁ ଦାବି କରିଛନ୍ତି । ଅଧିକ ପଢନ୍ତୁ

ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ବିରାଟ ଆନ୍ଦୋଳନ

author img

By

Published : Jan 3, 2022, 7:31 PM IST

ବଲାଙ୍ଗୀର: ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବି ନେଇ ଗର୍ଜିଲେ ଆଦିବାସୀ। ବଲାଙ୍ଗୀରରେ ଆଦିବାସୀଙ୍କ ଆନ୍ଦୋଳନ। ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦିଆଯାଇ ନ ଥିବାକୁ ନେଇ ଗର୍ଜିଲେ ଆଦିବାସୀ। ତୀବ୍ର ଉତ୍ତେଜନା ସହ ରାସ୍ତାଘାଟ ଅବରୋଧ ।

ପଞ୍ଚାୟତ ନିର୍ବାଚନରେ ଆଦିବାସୀଙ୍କୁ ସଂରକ୍ଷଣ ଦାବିରେ ବିରାଟ ଆନ୍ଦୋଳନ

ଜିଲ୍ଲାର କୋଣ ଅନୁକୋଣରୁ ହଜାର ହଜାର ଆଦିବାସୀ ଆସି ସହର ମଧ୍ୟରେ କରିଛନ୍ତି ବିରାଟ ଆନ୍ଦୋଳନ । ତାଙ୍କର ପାରମ୍ପରିକ ବାଦ୍ୟ ଶହ ଅସ୍ତ୍ରଶସ୍ତ୍ର ନେଇ ଏମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ବଲାଙ୍ଗୀରର ସବୁ ମୁଖ୍ୟ ରାସ୍ତାକୁ ଅବରୋଧ ମଧ୍ୟ କରିଛନ୍ତି। ଯାହା ଫଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେପଟେ ଏଥିପାଇଁ ସହରରେ ବ୍ୟାପକ ପୋଲିସ ମଧ୍ୟ ମୁତୟନ କରାଯାଇଛି । ତେବେ ଆଦିବାସୀଙ୍କର ଅଧିକାରକୁ ସରକାର ଅଣଦେଖା କରି ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକାରେ ତାଙ୍କୁ ବାଦ ଦେବାକୁ ତୀବ୍ର ବିରୋଧ କରିଛନ୍ତି। ସେହିପରି ସରକାର ତୁରନ୍ତ ଏହି ତାଲିକାକୁ ପ୍ରତ୍ୟାହାର କରି ସଂରକ୍ଷଣ ଦେବା ପାଇଁ ଦାବି କରିଛନ୍ତି। ନ ହେଲେ ଆଗକୁ ରାଜଧାନୀରେ ଆନ୍ଦୋଳନ କରିବା ସହ ବିଧାନସଭା ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।

ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ତାଲିକା ନିକଟରେ ପ୍ରକାଶ ପାଇଛି। ଯେଉଁଥିରେ 23 ଟି ଜିଲ୍ଲାରେ ପଞ୍ଚାୟତ ଓ ବ୍ଲକ ପାଇଁ ଗୋଟିଏ ବି ଏସଟି ବର୍ଗ ପାଇଁ ପଦବୀ ସଂରକ୍ଷିତ କରାଯାଇ ନାହିଁ । ସେହିପରି ବଲାଙ୍ଗୀରରେ ମଧ୍ୟ ଏହାର ସଂଖ୍ୟା ଶୂନ ରହିଛି। ଯାହାକୁ ନେଇ ଆଦିବାସୀ ଏହି ବିରାଟ ଆନ୍ଦୋଳନ ଆଜି କରିଛନ୍ତି।

ସେପଟେ ଆଦିବାସୀଙ୍କୁ ଭାରତୀୟ ସମ୍ବିଧାନ ସଂରକ୍ଷଣ ଦେଇଥିବା ବେଳେ ଓଡ଼ିଶାରେ ତାର ବ୍ୟତିକ୍ରମ ଦେଖା ଦେଇଛି ବୋଲି ଏମାନଙ୍କ ଆନ୍ଦୋଳନରେ ସାମିଲ ହୋଇ କଂଗ୍ରେସ ନେତା ନରସିଂହ ମିଶ୍ର କହିଛନ୍ତି। ସେହିପରି ଏମାନେ ତାଙ୍କ ହକ ପାଇଁ ଲଢେଇ କରିବା ଯୁକ୍ତି ଯୁକ୍ତ ବୋଲି ସେ କହିବା ସହ ସରକାର ଶୀଘ୍ର ଏମାନଙ୍କର ଦାବି ମାନି ନେବା ଉଚିତ୍ ବୋଲି କହିଛନ୍ତି। ତେବେ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ବ୍ୟବସ୍ଥାକୁ ନେଇ ଆଦିବାସୀଙ୍କ ଏହି ବିରାଟ ଆନ୍ଦୋଳନରେ ସରକାର କେତେ କ୍ରିୟାଶୀଳ ହେଉଛନ୍ତି ତାହା ଆଗକୁ ଦେଖିବାକୁ ବାକି ରହିଲା।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.